୧୯୮୩ ଓ ୨୦୧୧ ବିଶ୍ୱକପ୍‌ ଚାମ୍ପିଅନ୍‌ ତୁଳନାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ବଡ଼ ବିଜୟ: କୋହଲି-ଶାସ୍ତ୍ରୀ

ସିଡନୀ: କଙ୍ଗାରୁ ଦଳକୁ ଅଷ୍ଟ୍ରେଲିଆ ମାଟିରେ ପରାସ୍ତ କରି ଶୃଙ୍ଖଳା ଜିତିବା ଟିମ୍‌ ଇଣ୍ଡିଆ ପାଇଁ ଯେତିକି ସ୍ମରଣୀୟ ମୂହୁର୍ତ୍ତ ପ୍ରତିଟି ଭାରତୀୟ ପ୍ରଶଂସକଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ବିଜୟକୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ୧୯୮୩ ଓ ୨୦୧୧ ବିଶ୍ୱକପ୍‌ ସହିତ ତୁଳନା କରିଛନ୍ତି। ଉଭୟ ଶାସ୍ତ୍ରୀ ଓ କୋହଲି କହିଛନ୍ତି, ଏହି ବିଜୟ ବିଶ୍ୱକପ୍‌ ଠାରୁ ମଧ୍ୟ ବୃହତ୍ତ ବିଜୟ। ଭାରତ ୭୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ତା’ର ମାଟିରେ ପରାସ୍ତ କରିଛି। ଏବେ ଉଭୟ ଟିମ୍‌ ମଧ୍ୟରେ ଆଗାମୀ ଜାନୁଆରି ୧୨ ଠାରୁ ଦିନିକିଆ ଶୃଙ୍ଖଳା ଖେଳାଯିବ।

କୋଚ୍‌ ରବି ଶାସ୍ତ୍ରୀ ଏହି ବିଜୟକୁ ୧୯୮୩ ବିଶ୍ୱକପ୍‌ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ମୁଁ ଆପଣଙ୍କୁ କହିବି ଯେ, ଏହି ବିଜୟ ମୋତେ କେତେ ସନ୍ତୋଷ ଦେଇଛି। ବିଶ୍ୱକପ ୧୯୮୩, କ୍ରିକେଟ ବିଶ୍ୱ ଚାମ୍ପିଅନସିପ ୧୯୮୫କୁ ମନେ ପକାନ୍ତୁ। କାରଣ କ୍ରିକେଟର ଗୁରୁତ୍ୱପୂର୍ଣ୍ଣ ଫର୍ମାଟ ଟେଷ୍ଟ ମ୍ୟାଚକୁ ହିଁ କୁହାଯାଇଥାଏ। ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ଜିତିବା ପାଇଁ ଏକ ବର୍ଷ ଠାରୁ ପ୍ରସ୍ତୁତ କରାଯାଉଥିଲା। ଏହା ଫଳପ୍ରଦ ହୋଇଛି। ଭାରତ ଏହି ଟେଷ୍ଟ ଶୃଙ୍ଖଳା ପାଇଁ ଦକ୍ଷିଣ ଆଫ୍ରିକାରେ ପ୍ରସ୍ତୁତ ଓ ଯୋଜନା କରିଥିଲା।

ବିରାଟ କୋହଲି ୨୦୧୧ରେ ବିଶ୍ୱକପ୍‌ ବିଜୟୀ ଟିମ୍‌ରେ ସାମିଲ ଥିଲେ। ସେ ଅଷ୍ଟ୍ରେଲିଆରେ ଆଜି ୨-୧ରେ ଶୃଙ୍ଖଳା ଜିତିବା ପରେ ବିଶ୍ୱକପ୍‌କୁ ମନେ ପକାଇଛନ୍ତି। କୋହଲି କହିଛନ୍ତି ଏହି ବିଜୟ ମୋ ପାଇଁ ସ୍ୱତନ୍ତ୍ର ଅନୁଭୂତି ଆଣି ଦେଇଛି।

ସମ୍ବନ୍ଧିତ ଖବର