ମେଲବୋର୍ଣ୍ଣରେ ଭାରତର ଐତିହାସିକ ସିରିଜ ବିଜୟ, ୩ୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟରେ ହରାଇଲା

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ତଥା ନିର୍ଣ୍ଣାୟକ ଏକଦିବସୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟରେ ପରାସ୍ତ କରି ସିରିଜ କବଜା କରିଛି । ମହେନ୍ଦ୍ର ସିଂ ଧୋନି ଅପରାଜିତ ୮୭ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିବାବେଳେ କେଦାର ଯାଦବ ୬୧ ରନ ସଂଗ୍ରହ କରିଥିଲେ । ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲି ୪୬ ରନ କରି ଆଉଟ ହୋଇଥିଲେ ।

ଏହା ପୂର୍ବରୁ ଘରୋଇ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୨୩୦ ରନ୍ କରିଥିଲା । ଅଷ୍ଟ୍ରେଲିଆକୁ ୨୩୦ ରନ୍ରେ ସୀମିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ୍ । ସେ ମାତ୍ର ୪୨ ରନ୍ ଦେଇ ୬ଟି ଉଇକେଟ୍ ହାସଲ କରିଛନ୍ତି। ମେଲ୍ବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଜାରି ରହିଥିବା ଏହି ଏକଦିବସୀୟରେ ଚହଲଙ୍କ ସଫଳତା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ସେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଏକ ଦିବସୀୟରେ ପ୍ରଥମ ସ୍ପିନର ଭାବେ ୬ ଉଇକେଟ୍ ଅକ୍ତିଆର୍ କରି ରେକର୍ଡ କରିଛନ୍ତି।
୨୮ ବର୍ଷିୟ ଚହଲ ଏହି ସଫଳତା ହାସଲ କରି ଭାରତୀୟ କ୍ରିକେଟର ଅଜିତ୍ ଅଗରକରଙ୍କ ସମକକ୍ଷ ହୋଇଛନ୍ତି। ୨୦୦୪ ମସିହାରେ ମେଲ୍ବୋର୍ଣ୍ଣରେ ଭାରତ ପକ୍ଷରୁ ଖେଳି ଅଗରକର ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟରେ ୬ ଉଇକେଟ୍ ହାସଲ କରିଥିଲେ।

ସମ୍ବନ୍ଧିତ ଖବର