ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଓ୍ବିକେଟରେ ହରାଇଲା ଭାରତ

ଦୁବାଇ : ଟି-୨୦ ବିଶ୍ବକପର ଏକ ଅଭ୍ୟାସ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୯ ଓ୍ବିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୧୫୩ରନର ବିଜୟ ଲକ୍ଷ୍ୟକୁ ଭାରତ  ସହଜରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ଜିତି ନେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୩୯, ରୋହିତ ଶର୍ମା ୬୦ (୪୧ ବଲ ), ସୂର୍ଯ୍ୟକୁମାର ଯାଦବ ୩୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ରନ କରିଥିଲେ । ଆଜିର ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଭଲ ପ୍ରଦର୍ଶନକୁ ଦର୍ଶାଉଛି । ଏହି ବିଜୟ ଟିମର ମନୋବଳକୁ ଦୃଢ କରିବାରେ ସହାୟକ ହେବ ।

ଅଷ୍ଟ୍ରେଲିଆର ଅଧିନାୟକ ଆରନ ଫିଞ୍ଚ୍ ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଇନିଂସ ଆରମ୍ଭରୁ ହିଁ ଦଳକୁ ଝଟକା ଲାଗିଥିଲା କାରଣ ଦଳର ପ୍ରଥମ ୩ଜଣ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ଣ୍ଣର, ଆରନ ଫିଞ୍ଚ୍ ଓ ମିସେଲ ମାର୍ସ ଶସ୍ତାରେ ଆଉଟ ହୋଇଯାଇଥିଲେ । ମାତ୍ର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନଙ୍କ ଲଢୁଆ ବ୍ୟାଟିଂ  ପାଇଁ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ଷ୍ଟିଭ୍ ସ୍ମିଥ ୫୭ ରନ, ମାର୍କସ ଷ୍ଟଇନିସ ୪୧ ରନ ଓ ଗ୍ଲେନ ମାକ୍ସଓ୍ବେଲ ୩୭ରନ କରିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଏବଂ ରବିନ୍ଦ୍ର ଜାଦେଜା ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର