ଗ୍ବାଲିୟର : ଗ୍ବାଲିୟରର ମାଧବ ରାଓ ସିନ୍ଧିଆ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ବାଂଲାଦେଶକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ । ବାଂଲାଦେଶ ଦ୍ବାରା ୧୨୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ମାତ୍ର ୧୧.୫ ଓଭର ଖେଳି ୧୩୨ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସଂଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବ ୨୯ ରନ ଲେଖାଏଁ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରିଥିଲେ । ଅଭିଷେକ ଶର୍ମା ଓ ନୀତୀଶ ରେଡ୍ଡୀ ୧୬ ରନ ଲେଖାଏଁ କରିଥିଲେ ।
ବାଂଲାଦେଶ ଦ୍ବାରା ୧୨୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ମାତ୍ର ୧୧.୫ ଓଭର ଖେଳି ୧୩୨ ରନ କରି ବିଜୟୀ ହୋଇଥିଲା ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବାଂଲାଦେଶ ୧୪ ରନରେ ୨ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ନଜମୁଲ ହୁସେନ ସାଣ୍ଟୋ ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ମାତ୍ର ସେ ମାତ୍ର ୨୭ ରନ କରି ଆଉଟ ହୋଇଯାଇଥିଲେ । ଦଳର ମଧ୍ୟକ୍ରମ ବ୍ୟାଟରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ ଓ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲେ । ତେବେ ମେହେଦି ହାସାନ ମିରାଜ କିଛି ସମୟ ଭାରତୀୟ ବୋଲରଙ୍କ ସହ ଲଢେଇ କରିଥିଲେ । ସେ ଅପରାଜିତ ୩୫ ରନ କରିଥିଲେ । ତସ୍କିନ ଅହମ୍ମଦ ଓ ତାହିଦ୍ ହ୍ରିଦୟ ୧୨ ରନ ଲେଖାଏଁ କରିଥିଲେ । ଦଳ ୧୯.୫ ଓଭରରେ ୧୨୭ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତି ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଓ୍ବାସିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ୟାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।