ଭୁବନେଶ୍ବର: ଗତଥରର ବିଜେତା ଭାରତ ବୁଧବାର ଚଳିତ ପୁରୁଷ ହକି କନିଷ୍ଠ ବିଶ୍ବକପ୍ର କ୍ବାର୍ଟର ଫାଇନାଲ୍ରେ ବେଲ୍ଜିୟମକୁ ୧-୦ ଗୋଲରେ ପରାସ୍ତ କରିଛି। ଏହାଫଳରେ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ସରଦାନନ୍ଦ ତିୱାରୀ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳକୁ ବିଜୟୀ କରାଇଥିଲେ। ଭାରତ ବ୍ୟତୀତ ଜର୍ମାନୀ, ଆର୍ଜେଣ୍ଟିନା, ଫ୍ରାନ୍ସ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି।
Houston, we are into the semis 🇮🇳💙
India Colts have done it 💪#IndiaKaGame#JWC2021#RisingStarspic.twitter.com/oSQmRk28PQ
— Hockey India (@TheHockeyIndia) December 1, 2021
ଗୋଟିଏ ଗୋଲରେ ଆଗୁଆ ରହି ଭାରତ ବେଲଜିୟମକୁ ମ୍ୟାଚକୁ ପରିବର୍ତନ କରିବା ପାଇଁ କୌଣସି ସୁଯୋଗ ଦେଇନଥିଲା । ଷ୍ଟ୍ରଙ୍ଗ ଡିଫେଣ୍ଡ ଯୋଗୁଁ ବେଲଜିୟମର ଶାଣିତ ଆକ୍ରମଣକୁ ପ୍ରତିହତ କରି ସେମିଫାଇନାଲରେ ଭାରତ ପ୍ରବେଶ କରିପାରିଛି । ଭାରତର ଗୋଲକିପର ପ୍ରଶାନ୍ତ ଚୌହ୍ୱାନ ଏକାଧିକ ଗୋଲ ସମ୍ଭାବନାକୁ ରୋକି ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି ।
ପୁଣି ଭାରତ ମ୍ୟାଚରେ ଦର୍ଶନ ଗ୍ୟାଲେରି ଭରପୂର ଥିବା ଦେଖିବାକୁ ମିଳିଥିଲା। ଭିଜିଟର ପାସ ଓ ଡ୍ୟୁଟି ପାସରେ ପୂର୍ବ ଓ ପଶ୍ଚିମ ଗ୍ୟାଲେରିରେ ବହୁସଂଖ୍ୟକ ଦର୍ଶକ ଥିବା ଦେଖାଯାଇଛି। କୁହାଯାଇଛି କେବଳ ସ୍ପୋର୍ଟସ ହଷ୍ଟେଲ ପିଲା ଆସିଛନ୍ତି ଆଉ ତାଙ୍କର ମଧ୍ୟ କୋଭିଡ଼ ଟେଷ୍ଟ ହେଇଛି, କିନ୍ତୁ ସତ୍ୟତା ଆଉ କିଛି।ମିଳିଥିବା ସୂଚନା ଅନୁସାରେ ସେମାନଙ୍କର କୋଭିଡ ଟେଷ୍ଟ ହୋଇନାହିଁ । ଏଥିସହିତ ପୂର୍ବ ଗ୍ୟାଲେରିରେ ଯେ କେବଳ ସ୍ପୋର୍ଟସ ହଷ୍ଟେଲ ପିଲା ବସିଛନ୍ତି ତାହା ନୁହଁ, ସାଧାରଣ ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/hockey.jpg)