ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକି : କାନାଡାକୁ ୮-୦ରେ ହରାଇଲା ଭାରତ

ବର୍ମିହାମ : ବ୍ରିଟେନରେ ବର୍ମିହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକିରେ ଭାରତ ବୁଧବାରଦିନ କାନାଡାକୁ ୮-୦ରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି ।

ଏହି ବିଜୟ ସହ ଭାରତ ପୁଲ-ବିରେ ଏବେ ଶୀର୍ଷ ସ୍ଥାନରେ ପହଞ୍ଚିଛି । ତେବେ ଆସନ୍ତା ୪ ତାରିଖରେ ଓ୍ବେଲ୍ସ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପରେ ଭାରତର ସେମିଫାଇନାଲ ଯିବା ସଂପର୍କରେ ସ୍ଥିତି ସ୍ପଷ୍ଟ ହେବ ।

ଆଜିର ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରିତ ସିଂ ଓ ଅକ୍ଷଦୀପ ସିଂ ଦୁଇଟି ଲେଖାଏ ଗୋଲ କରିଥିବାବେଳେ ମନଦୀପ ସିଂ, ଗୁରଜନ୍ତ ସିଂ,ଅମିତ ରୋହିଦାସ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଭାରତୀୟ ହକି ଦଳ ନିଜର ପୂର୍ବ ମ୍ୟାଚରେ ୩-୦ରେ ଆଗୁଆ ଥାଇ ବି ଇଂଲଣ୍ଡ ସହ ୪-୪ରେ ମ୍ୟାଚ ଡ୍ର ରଖି ପଏଣ୍ଟ ଭାଗ କରିଥିଲା ।

ସେପଟେ ମହିଳା ହକିରେ ଭାରତ କାନାଡାକୁ ୩-୨ରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ।

ଅନ୍ୟପକ୍ଷରେ ଜୁଡୋ ଓ ବକ୍ସିଂରେ ଭାରତ ଆଜି ପଦକ ନିଶ୍ଚିତ କରିଛି । ଭାରତର ତୁଳୀକା ମାନ ୭୮ କିଲୋଗ୍ରାମ ମହିଳା ଜୁଡେରେ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି । ସେ ନ୍ୟୁଜିଲାଣ୍ଡର ସିଡନି ଆଣ୍ଡ୍ର୍ୟୁଜଙ୍କୁ ହରାଇଥିଲେ । ସେହିପରି ବକ୍ସିଂରେ ନୀତୁ ଘନଗାସ ମଧ୍ୟ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି । ସେ ୪୮ କିଲୋଗ୍ରାମ ବକ୍ସିଂ ସେମି ଫାଇନାଲରେ ଉତ୍ତର ଆୟରଲାଣ୍ଡର ନିକୋଲ କ୍ଲାଇଡଙ୍କୁ ହରାଇଥିଲେ ।

 

ସମ୍ବନ୍ଧିତ ଖବର