ଲର୍ଡସ୍‌ରେ ଭାରତର ଦମ୍‌ଦାର ବିଜୟ: ଇଂଲଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ୧୫୧ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ସୋମବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ୍‌ ଟେଷ୍ଟର ଶେଷ ଦିନର ଖେଳ ଖେଳାଯାଇଥିଲା | ଚା’ ବିରତିପରେ ଇଂଲଣ୍ଡ ୬୭/୪ ୱିକେଟ ହରାଇ ବିଜୟଠାରୁ ୨୦୪ ରନ୍ ଦୂରରେ ଥିଲା | ତେବେ ମହମ୍ମଦ ସିରାଜ ଲଗାତାର ଦୁଇଟି ବଲରେ ଦୁଇଟି ୱିକେଟ୍ ନେଇ ଇଂଲଣ୍ଡ ଠାରୁ ମ୍ୟାଚ୍‌ ଛଡାଇ ଆଣିଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ୧୫୧ ରନ୍‌ରେ ଜିତି ନେଇଥିଲା ।

ଏହାପୂର୍ବରୁ ଦ୍ୱିତୀୟ ପାଳିରେ ଭାରତ ୧୫୪ ରନ୍‌ରେ ଆଗୁଆ ରହିଥିଲା। ଭାରତର ୧୮୧/୬ ୱିକେଟ ଥିବା ବେଳେ ରିଷଭ ପନ୍ତ (୨୨) ଏବଂ ଇଶାନ୍ତ (୧୬) ରନ୍‌ କରିବାରେ ସକ୍ଷମ ହୋଇଥିଲେ। ମଧ୍ୟ ଭାଗରେ ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍ରାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିଜର ସ୍ଥିତିକୁ ଦୃଢ କରିପାରିଥିଲା । ଶାମି ଏବଂ ବୁମରା ନବମ ୱିକେଟ୍ ପାଇଁ ଅପରାଜିତ ୮୯ ରନ୍ ସଂଗ୍ରହ କରିଥିଲେ । ଫଳରେ ଭାରତ ୨୯୮/୮ ୱିକେଟ ହରାଇ ପାଳି ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର