ଓଡ଼ିଆ ପୁଅ ଦୀପସାନଙ୍କ କମାଲ, ଇଣ୍ଡୋନେସିଆକୁ ୧୬-୦ରେ ହରାଇ ଏସିଆ କପ ହକି ସୁପର-୪ରେ ଭାରତ

ନୂଆଦିଲ୍ଲୀ : ଏସିଆ କପ ହକିରେ ଏକ ବଡ଼ ବିଜୟ ହାସଲ କରିଛି ଭାରତ । ଭାରତର ପୁରୁଷ ହକିଦଳ ଆଜି ଇଣ୍ଡୋନେସିଆକୁ ୧୬-୦ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଏସିଆ କପ ହକିର ସୁପର-୪ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।

ଇଣ୍ଡୋନେସିଆ ବିରୋଧରେ ଏହି ବଡ଼ ବିଜୟ ପରେ ଭାରତ କେବଳ ଯେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ତାହା ନୁହେଁ, ପାକିସ୍ତାନ ପାଇଁ ମଧ୍ୟ ବାଟ ବନ୍ଦ କରିଦେଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହୋଇଛି ନକଆଉଟ ବା ସୁପର-୪ ପର୍ଯ୍ୟାୟକୁ ଯିବାକୁ ହେଲେ ଭାରତକୁ ୧୫-୦ରେ ମ୍ୟାଚ ଜିତିବାର ଥିଲା । ଏଣୁ ୧୬-୦ରେ ମ୍ୟାଚ ଜିତି ଭାରତ ଏହି ଅସମ୍ଭବକୁ ସମ୍ଭବ କରିଦେଇଛି । ଭାରତର ଏହି ବଡ଼ ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ଓଡ଼ିଆ ହକି ଖେଳାଳି ଦିପସାନ ତିର୍କୀ । ଭାରତ ଦେଇଥିବା ୧୬ଟି ଗୋଲ ମଧ୍ୟରୁ ସେ କେବଳ ୫ଟି ଗୋଲ ଦେଇଥିଲେ । ସେହିପରି ସୁଦେବ ବେଲିମଗା ୩ଟି ଗୋଲ ଦେଇଥିଲେ ।

ପୁଲ ପର୍ଯ୍ୟାୟରେ ଉଭୟ ଭାରତ ଓ ପାକିସ୍ତାନ ୪ ପଏଣ୍ଟ ଲେଖାଏଁ ପାଇଥିଲେ ବି ଉତ୍ତମ ଗୋଲ ବ୍ୟବଧାନ ଯୋଗୁଁ ଭାରତ ନକଆଉଟ ବା ସୁପର-୪ ପର୍ଯ୍ୟାୟକୁ ଯାଇପାରିଛି । ଆଜି ପାକିସ୍ତାନ ଜାପାନଠାରୁ ୨-୩ ବ୍ୟବଧାନରେ ପରାଜିତ ହୋଇଥିଲା ।

 

 

ସମ୍ବନ୍ଧିତ ଖବର