ଭୁବନେଶ୍ୱର: ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ର ଦ୍ୱିତୀୟ ସଂସ୍କରଣରେ ଅନୁଷ୍ଠିତ ରବିବାର ମ୍ୟାଚ୍ରେ ଭାରତ ୩-୨ ପେନାଲ୍ଟି ସୁଟ୍ ଆଉଟ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ (ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନ) ଦମ୍ଦାର ପ୍ରଦର୍ଶନ କରି ନେଦରଲାଣ୍ଡ୍ସ (ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନ)କୁ ହରାଇ ଦେଇଛି। ପ୍ରଥମେ ଏହି ମ୍ୟାଚ୍ ଉଭୟ ଦେଶ ପକ୍ଷରୁ ୩-୩ ଗୋଲରେ ଶେଷ ହୋଇଥିଲା। ଫଳାଫଳ ନ ବାହାରିବାରୁ ଶେଷରେ ପେନାଲ୍ଟି ସୁଟ୍ ଖେଳାଯାଇଥିଲା।
/sambad/media/post_attachments/wp-content/uploads/2020/01/ADI0746-1024x930.jpg)
ଭାରତ ଶନିବାର ନେଦରଲାଣ୍ଡ୍ସକୁ ପ୍ରଥମ ମ୍ୟାଚରେ ୫-୨ ଗୋଲରେ ପରାସ୍ତ କରିଥିଲା। ଭାରତ ତରଫରୁ ଗୁରଜନ୍ତ ସିଂ ପ୍ରଥମ ମିନିଟରେ ନେଦରଲାଣ୍ଡ୍ସକୁ ଗୋଲ ଦେଇଥିଲେ। ଖେଳର ୧୨ ମିନିଟରେ ରୁପିନ୍ଦର ସିଂହ ଦଳ ପକ୍ଷରୁ ୨ୟ ଗୋଲ ଦେଇଥିବା ବେଳେ ସେ ୪୬ ମିନିଟରେ ଆଉ ଏକ ଗୋଲ ଦେଇଥିଲେ। ନେଦରଲାଣ୍ଡ୍ସ ନିଜର ପ୍ରଥମ ଗୋଲ ୧୪ ମିନିଟରେ ଦେଇଥିଲା। ଏହି ଜିପ୍ ଜନସିନଙ୍କ ଦ୍ୱାରା କରାଯାଇଥିଲା। ମନଦୀପ ସିଂହ ୩୪ ମିନିଟରେ ଓ ଲଲିତ ଉପାଧ୍ୟାୟ ୩୬ ମିନିଟରେ ଗୋଲ ଦେଇଥିଲେ। ନେଦରଲାଣ୍ଡ ପାଇଁ ଜେରୋଇନ ହରତଜବର୍ଗ ୨୪ ମିନିଟରେ ଗୋଲ ଦେଇଥିଲେ। ଭାରତୀୟଙ୍କ ପ୍ରଭାବଶାଳୀ ପ୍ରଦର୍ଶନରେ ଷ୍ଟାଡିୟମର ଗ୍ୟାଲରୀରେ ବସିଥିବା ଦର୍ଶକମାନେ ଉତ୍ସାହିତ ଦେଖାଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ADI0585.jpg)