ହାମିଲଟନ୍: ଚର୍ତୁରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାର ହାମିଲଟନ ଚରଣକୁ ଭାରତ ବିଜୟରୁ ଆରମ୍ଭ କରିଛି। ଏହି ପର୍ଯ୍ୟାୟରେ ବୁଧବାର ଖେଳିଥିବା ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମୁକାବିଲାକୁ ଭାରତ ୩-୨ ଗୋଲ୍ରେ ଜିତି ନେଇଛି। ଆଜିର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡ ଖେଳାଳିମାନେ ପ୍ରଥମ ୫ ମିନିଟ୍ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲା। ପରବର୍ତୀ ସମୟରେ ଭାରତ ସଫଳ ପ୍ରତ୍ୟାବର୍ତନ ସହ ଗୋଟିଏ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ମ୍ୟାଚର ପ୍ରଥମ ଗୋଲ୍ ମଧ୍ୟ ଭାରତ ଦେଇଥିଲା। ସପ୍ତମ ମିନିଟ୍ରେ ନ୍ୟୁଜିଲାଣ୍ଡ ଗୋଲ୍ ରକ୍ଷକଙ୍କ ଦେହରେ ବାଜି ଫେରି ଆସୁଥିବା ବଲ୍କୁ ପୁନର୍ବାର ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଭାରତ ଆଗୁଆ ହୋଇ ଯାଇଥିଲା। ତେବେ ଦ୍ୱିତୀୟ କ୍ୱାର୍ଟର ଶେଷ ହେବାର ୫ ମିନିଟ୍ ପୂର୍ବରୁ ଡାନିଏଲ୍ ହାରିସଙ୍କ ମାଧ୍ୟମରେ ନ୍ୟୁଜିଲାଣ୍ଡ ଏହି ଗୋଲ୍କୁ ଶୁଝି ଦେଇଥିଲା। ତୃତୀୟ କ୍ୱାର୍ଟରରେ ଭାରତ ୪ ମିନିଟ୍ ଭିତରେ ଆଉ ଦୁଇଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ହରଜିତ ସିଂହ (୩୨) ଏବଂ ରୂପିନ୍ଦର ପାଲ ସିଂହ (୩୬) ଏହି ଦୁଇ ଗୋଲ୍ ଦେଇଥିଲେ। ଫଳରେ ଭାରତ ୩-୧ରେ ଆଗୁଆ ରହିଥିଲା। ହେଲେ ରୂପିନ୍ଦରଙ୍କ ଗୋଲ୍ର ମାତ୍ର ୧ ମିନିଟ୍ ପରେ ନ୍ୟୁଜିଲାଣ୍ଡର କେନ୍ ରସେଲ ଏକ ଚମତ୍କାର ଗୋଲ୍ ଦେଇ ସ୍ଥିତି ୩-୨ କରି ନେଇଥିଲେ। ଶେଷ ୨୩ ମିନିଟ୍ରେ ଉଭୟ ଦଳ ଆଉ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ଫଳରେ ଭାରତ ସେହି ୩-୨ ବ୍ୟବଧାନରେ ବିଜୟୀ ହୋଇଥିଲା।
ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତ
ଚର୍ତୁରାଷ୍ଟ୍ରୀୟ ହକି
/sambad/media/post_attachments/wp-content/uploads/2018/01/hockey-essay.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)