ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇସିସି ମହିଳା ଟି-୨୦ ବିଶ୍ବକପର ୭ମ ମ୍ୟାଚରେ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୬ ଓ୍ବିକେଟରେ ପରାସ୍ତ କରିଛି ଭାରତୀୟ ମହିଳା ଦଳ । ପାକିସ୍ତାନର ୧୦୬ ରନ ଟାର୍ଗେଟକୁ ଭାରତ ୧୯ ତମ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶେଫାଳି ବର୍ମା ୩୨ ରନ କରିଥିବାବେଳେ ଜେମିମା ରୋଡରିଗସ୍ ୨୩ ରନ କରିଥିଲେ । ଅଧିନାୟିକା ହରମନପ୍ରିତ କୌର ୨୯ ରନ କରି ରିଟାୟାର୍ଡ ହଟ୍ ହୋଇଥିଲେ ।
ଏହି ମ୍ୟାଚରେ ପାକିସ୍ତାନ ମହିଳା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ପାକିସ୍ତାନର ବ୍ଯାଟରମାନଙ୍କୁ ଚାପରେ ରଖିଥିଲେ । ପାକିସ୍ତାନ ମାତ୍ର ୧ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । କେବଳ ନିଦା ଦର୍ ସର୍ବାଧିକ ୨୮ ରନ ଓ ମୁନିବା ଅଲ୍ଲି ୧୭ ରନ ଓ ସଇଦା ଆୟୁବ ୧୪ ରନ କରିଥିଲେ । ସେହିପରି ଫାତିମା ସାନା ୧୩ ରନ କରିଥିଲେ ।
ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡୀ ୩ଟି ଓ୍ବିକେଟ ନେଇଥିବାବେଳେ ଶ୍ରେୟଙ୍କା ପାଟିଲ୍ ୨ଟି ଓ୍ବିକେଟ ନେଇଥିଲେ । ଆଶା ଶୋଭନା, ରେଣୁକା ସିଂ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/nzWYwM0PSq1rfmogaDVR.jpg)