ଇର୍ମାଜିଂ ଟିମସ୍‌ କପ୍‌: ପାକିସ୍ତାନକୁ ହରାଇ ଫାଇନାଲ୍‌ରେ ଭାରତ

କଲମ୍ବୋ: ଭାରତ ଏସୀୟ କ୍ରିକେଟ୍‌ କାଉନସିଲ ଇମାର୍ଜିଂ ଟିମସ୍‌ କପ୍‌ରେ  ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଂଚିଛି। ଶ୍ରୀଲଙ୍କାରେ ଖେଳାଯାଇଥିବା ଏହି ସେମିଫାଇନାଲରେ ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ବାଂଲାଦେଶକୁ ୪ ଓ୍ଵିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିବା ଶ୍ରୀଲଙ୍କାକୁ ଭାରତ ଡିସେମ୍ବର ୧୫ରେ ମୁକାବିଲା କରିବ।

କଲମ୍ବୋ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଇଣ୍ଡିଆ ଇମାର୍ଜିଂ ଟିମ୍‌ ୧୭୩ ରନ ଲକ୍ଷ୍ୟକୁ ୧୩୫ ବଲ ଶେଷରେ ଥାଇ ୩ ଓ୍ଵିକେଟ ହରାଇ ହାସଲ କରିଛନ୍ତି। ହିମ୍ମତ ସିଂହ ୨୮ତମ ଓଭରର ତୃତୀୟ ବଲକୁ ଛକା ମାରି ଏହି ବିଜୟ ଦେଇଛନ୍ତି।

ନିର୍ଦ୍ଧାରିତ ୫୦ ଓଭର ବିଶିଷ୍ଟ ମ୍ୟାଚରେ ଟସ୍‌ ହାରି ପାକିସ୍ତାନ ଇମାର୍ଜିଂ ଟିମ ୪୪.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା। ଏକଦା ପାକିସ୍ତାନ ୪୨ ରନରେ ୪ଟି ଗୁରୁତ୍ତ୍ୱପୂର୍ଣ୍ଣ ଓ୍ଵିକେଟ ହରାଇଥିଲା। ଅଧିନାୟକ ମହମ୍ମଦ ରିଜଓ୍ଵାନ (୬୭) ଓ ସଉଦ ସକିଲ (୬୨)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏକ ପ୍ରକାରର ସମ୍ମାନଜନକ ସ୍କୋର କରିଥିଲା। ଭାରତ ପକ୍ଷରୁ ୨୧ ବର୍ଷିଅ ବାମହାତୀ ସ୍ପିନର ମୟଙ୍କ ମାର୍କଣ୍ଡେୟ ୪ ଓ୍ଵିକେଟ ନେଇଥିଲେ। ସେ ୯.୪ ଓଭର ବୋଲିଂ କରି ୩୮ ରନ ଖର୍ଚ୍ଚ କରିଥିଲେ।

ଦ୍ୱିତୀୟ ଇନିଂସରେ ଲକ୍ଷ୍ୟ ପଛରେ ଦୌଡ଼ି ଭାରତ ୫୨ ରନରେ ୩ଟି ଓ୍ଵିକେଟ ହରାଇ ସାରିଥିଲା। ଏହା ପରେ ହିମ୍ମତ ସିଂହ (ଅପରାଜିତ ୫୯) ଓ ନୀତିଶ ରାଣା (ଅପରାଜିତ ୬୦) ଭାରତର ପାଳି ନିଜ ହାତକୁ ନେଇଥିଲେ।

 

ସମ୍ବନ୍ଧିତ ଖବର