ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଇମିରେଟ୍ରେ ଖେଲାଯାଉଥିବା ଦୃଷ୍ଟିହୀନ କ୍ରିକେଟ ବିଶ୍ୱ କପ୍ର ୩ୟ ମ୍ୟାଚରେ ଭାରତ ଶୁକ୍ରବାର ୭ ଓ୍ଵିକେଟରେ ପାକିସ୍ତାନକୁ ହରାଇଛି।
ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ପାକିସ୍ତାନ ୪୦ଓଭରରେ ୨୮୨ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୨୮୩ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। ପାକିସ୍ତାନ ତରଫରୁ ଜମିଲ (୯୪) ଓ ନିସାର(୬୨) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ।
୨୮୩ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ୩୪ ଓଭରରେ ୭ଓ୍ଵିକେଟ ହରାଇ ଲକ୍ଷ୍ୟ ପୂରା କରିଥିଲା। ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ବିଜୟ ହାସଲ କରିଥିବା ଭାରତ ନିଜ ଗ୍ରୁପର ଶୀର୍ଷ ସ୍ଥାନରେ ପହଞ୍ଚିଛି। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ପରେ ଶ୍ରୀଲଙ୍କାକୁ ୬ ଓ୍ଵିକେଟରେ ହରାଇବା ପରେ ପାକିସ୍ତାନକୁ ୭ଓ୍ଵିକେଟରେ ହରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ind.jpeg)