ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱ କପ୍‌: ପାକିସ୍ତାନକୁ ୨ ଓ୍ଵିକେଟ୍‌ରେ ହରାଇ ଭାରତ ଚମ୍ପିଅନ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପୁଣି ଥରେ ଦୃଷ୍ଟିହୀନ କ୍ରିକେଟ ବିଶ୍ୱ କପ୍‌ରେ ଚମ୍ପିଅନ୍‌ ହୋଇଛି। ସାରଜା କ୍ରିକେଟ ଷ୍ଟାଡିୟମ୍‌ରେ ଶନିବାର ଫାଇନାଲ୍‌ ମ୍ୟାଚ୍‌ରେ ଚିର ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ୨ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ଭାରତ କ୍ରମାଗତ ଭାବରେ ୨ୟ ଥର ବିଶ୍ୱ କପ୍‌ର ଅଧିକାରୀ ହୋଇ ପାରିଛି।

ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ୩୮.୪ ଓଭରରେ ୮ଟି ଓ୍ଵିକେଟ ହରାଇ ଏହି ବିଜୟ ହାସଲ କରିଛି। ଭାରତ ପକ୍ଷରୁ ସୁନିଲ ରମେଶ (୯୩) ଓ ଅକ୍ଷୟ କୁମାର ରେଡ୍ଡି(୬୩) ସ୍କୋର କରିଥିଲେ। ଏହା ପୂର୍ବରୁ ଭାରତ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପାକିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଯାଇ ୪୦ ଓଭରରେ ୮ଟି ଓ୍ଵିକେଟ ହରାଇ ୩୦୭ ରନ୍‌ ସଂଗ୍ରହ କରିଥିଲେ।

ଭାରତ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ୭ ଓ୍ଵିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ସେହିଭଳି ପାକିସ୍ତନା ୨ୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୫୬ ରନ୍‌ରେ ହରାଇ ଭାରତକୁ ଭେଟିଥିଲା। ଭାରତ ଗ୍ରୁପ ମ୍ୟାଚ୍‌ରେ ପାକିସ୍ତାନକୁ ୭ ଓ୍ଵିକେଟରେ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର