ପୋଲାଣ୍ଡକୁ ହରାଇଲା ଭାରତ

ହିରୋସିମା: ଭାରତୀୟ ମହିଳା ହକି ଦଳ ଜାପାନ୍‌ର ହିରୋସିମାଠାରେ ଚଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଦ୍ବିତୀୟ ବିଜୟ ପାଇଛି। ରବିବାର ମ୍ୟାଚ୍‌ରେ ଭାରତ ୫-୦ ଗୋଲ୍‌ରେ ପୋଲାଣ୍ଡକୁ ହରାଇ ଗ୍ରୁପ୍‌-ଏ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି। ଫଳରେ ଭାରତ ସିଧାସଳଖ ସେମିଫାଇନାଲ୍‌ ଖେଳିବା ରାସ୍ତା ପରିସ୍କ‌ାର ହୋଇଛି। ଫିଜି ସହ ଖେଳିବାକୁ ଥିବା ଶେଷ ମ୍ୟାଚ୍‌କୁ ଭାରତ ଅତିକମ୍‌ରେ ଅମୀମାଂସିତ କରିଦେଲେ ସେମିଫାଇନାଲ୍‌ ସ୍ଥାନ ପକ୍କା ହୋଇଯିବ।

ରବିବାର ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ୨୧ତମ ମିନିଟ୍‌ରେ ଜ୍ୟୋତିଙ୍କ ଗୋଲ୍‌ରେ ଭାରତ ଅଗୁଆ ହୋଇଥିଲା। ୨୬ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣରରୁ ବନ୍ଦନା କ‌ଟାରିଆ ଗୋଲ୍‌ ଅର୍ଜନ କରି ଦଳକୁ ୨-୦ରେ ଅଗ୍ରଣୀ ଦେଇଥିଲେ। ଏହାର ଦୁଇ ମିନିଟ୍‌ ପରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଗୁରଜିତ କୌର (୨୮ ମିନିଟ୍‌) ଗୋଲ୍‌ରେ ପରିଣତ କରିଥିଲେ। ଫଳରେ ପ୍ରଥମାର୍ଧରେ ୩-୦ରେ ଶେଷ ହୋଇଥିଲା। ୩୫ତମ ମିନିଟ୍‌ରେ ପେନାଲ୍‌ଟି ସୁଟ୍‌ରୁ ଗୁରଜିତ ଗୋଲ୍‌ ଅର୍ଜନ କରି ବ୍ୟକ୍ତିଗତ ଭାବେ ଦ୍ବିତୀୟ ସଫଳତା ପାଇଥିଲେ। ତେବେ ଶେଷ ‌କ୍ବାର୍ଟର୍‌ରେ ନବନୀତ କୌର (୫୬ ମିନିଟ୍‌)ଙ୍କ ‌ଗୋଲ୍‌ ବଳରେ ଭାରତ ୫-୦ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର