ପୋଲାଣ୍ଡକୁ ୮-୨ରେ ହରାଇ କନିଷ୍ଠ ବିଶ୍ବକପ ହକି କ୍ବାର୍ଟରରେ ଭାରତ

ଭୁବନେଶ୍ବର : କନିଷ୍ଠ ବିଶ୍ବକପ ହକିରେ ଭାରତ କ୍ବାର୍ଟର ଫାଇନାଲ ମ୍ୟାଚରେ ପ୍ରବେଶ କରିଛି । ଆଜି ସଂଧ୍ୟାରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପୋଲାଣ୍ଡକୁ ୮-୨ରେ ପରାସ୍ତ କରି ଭାରତୀୟ ଦଳ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

ଏହି ମ୍ୟାଚରେ ଭାରତ ପକ୍ଷରୁ ସଂଜୟ , ଅରିଜିତ ସିଂ ହୁଣ୍ଡାଲ, ସୁଦୀପ ଚିର୍ମାକୋ ଦୁଇଟି ଲେଖାଏଁ ଗୋଲ ଦେଇଥିବାବେଳେ ଉତ୍ତମ ସିଂ, ଶାରଦାନନ୍ଦ ତିଓ୍ବାରୀ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ସଂଜୟ ମ୍ୟାଚର ୪ ମିନିଟ ଓ ୫୮ ମିନିଟରେ ଗୋଲ ଦେଇଥିବାବେଳେ ହୁଣ୍ଡାଲ୍ ୮ ଓ ୬୦ ତମ ମିନିଟରେ ଗୋଲ ଦେଇଥିଲେ । ସେହିପରି ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ ୨୪ ଓ ୪୦ତମ ମିନିଟରେ ଗୋଲ ଦେଇଥିଲେ । ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

ସେହିପରି ପୋଲାଣ୍ଡ ପକ୍ଷରୁ ରୁତକୋସକି ଓଜସିଏକ ଓ ପାଓଲାକ ରବର୍ଟ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।

ସମ୍ବନ୍ଧିତ ଖବର