ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ: ରୁଷିଆ ବିପକ୍ଷରେ ୧୦-୦ରେ ଜିତିଲା ଭାରତ

ଭୁବନେଶ୍ୱର: ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସର ପ୍ରଥମ ମୁକାବିଲାରେ ଗୁରୁବାର ଭାରତୀୟ ଟିମ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଭାରତୀୟ ହକି ଟମି ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଛି।

ଭାରତ ପାଇଁ ହରମନପ୍ରୀତ ସିଂହ ୨ଟି ଗୋଲ (୩୨ତମ ଓ ୪୮ତମ) ଓ ଆକାଶଦୀପ ୨ଟି ଗୋଲ (୪୨ତମ ଓ ୫୬ତମ) ଗୋଲ ଦେଇଥିଲେ। ସେହିପରି ନୀଳକଣ୍ଠ ଶର୍ମା, ସିମରନ୍‌ଜିତ ସିଂହ, ଅମିତ ରୋହିଦାସ, ବରୁନ କୁମାର, ଗୁରୁସାହିବଜିତ ସିଂହ, ବିବେକ ପ୍ରସାଦ ୧-୧ ଗୋଲ ଦେଇଥିଲେ।

ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ଦେଖାଯାଉଥିଲେ। ସେମାନେ ରୁଷିଆର ଖେଳାଳି ମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଥିଲେ। ଭାରତୀୟ ଖେଳାଳି ମାନେ ମ୍ୟାଚ୍‌ ପୂର୍ବରୁ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରିଥିଲେ। ରୁଷିଆ ଟିମ୍‌ ଭାରତୀୟ ଖେଳାଳିଙ୍କ ନିକଟରେ ହାର୍‌ ମାନିଯାଉଥିବା ଦେଖାଯାଉଥିଲା। ଭାରତ ନିଜର ୨ୟ ମ୍ୟାଚ୍‌ ଶୁକ୍ରବାର ସନ୍ଧ୍ୟା ୭ଟାରେ ପୋଲାଣ୍ଡ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର