ପୁନେ ଟେଷ୍ଟ : ଦକ୍ଷିଣ ଆଫ୍ରିକାକୁ ଇନିଂସ ଓ ୧୩୭ ରନରେ ହରାଇଲା ଭାରତ, ସିରିଜ ବିଜୟ

ପୁନେ : ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଦକ୍ଷିଣଆଫ୍ରିକାକୁ ଇନିଂସ ଓ ୧୩୭ ରନରେ ପରାସ୍ତ କରିଛି । ଏହା ସହିତ ଭାରତ ୩ ମ୍ୟାଚ ସିରିଜକୁ ନିଜ ହାତମୁଠାକୁ ନେଇଆସିଛି । ଏହା ହେଉଛି ଘରୋଇ ମାଟିରେ ଭାରତର ଲଗାତାର ୧୧ତମ ଟେଷ୍ଟ ବିଜୟ । ଆହୁରି ମଧ୍ୟ ଏହି ବିଜୟ ସହ ଭାରତ ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ୨୦୦ ପଏଣ୍ଟ ସହ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି ।

ପ୍ରଥମ ଇନିଂସରେ ଫଲୋ-ଅନ ହେବା ପରେ ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୬୭.୨ ଓଭର ଖେଳି ୧୮୯ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଦ୍ରୁତ ବୋଲର ଉମେଶ ଯାଦବ ୨୨ ରନରେ ୩ଟି ଓ୍ଵିକେଟ ନେଇଥିଲେ । ଭାରତ ନିଜର ପ୍ରଥମ ତଥା ଏକମାତ୍ର ଇନିଂସରେ ବିରାଟ କୋହଲୀଙ୍କ ୨୫୪ ରନ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ୧୦୮ ରନ ବଦଳରେ ୬୦୧ରନ ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୨୭୫ ରନ କରି ଫଲୋ ଅନର ସମ୍ମୁଖୀନ ହୋଇଥିଲା ।

ସମ୍ବନ୍ଧିତ ଖବର