ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାକୁ ୬୩ ରନ୍ରେ ଭାରତ ପରାସ୍ତ କରିଛି। ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତକୁ ଏହି ବିଜୟ ମିଳିଛି। ଟସ୍ ଜିଣି ଭାରତ ପ୍ରଥମ ପାଳିରେ ୧୮୭ ରନ୍ ଓ ୨ୟ ପାଳିରେ ୨୪୭ ରନ୍ ସଂଗ୍ରହ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୧୯୪ ରନ୍ ଓ ୧୭୭ ରନ୍ ସଂଗ୍ରହ କରିଛି। ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ୫ଟି ଓ୍ଵିକେଟ ମିଳିଛି। ଯଶପ୍ରିତ ବୁମରା ଓ ଈଶାନ୍ତ ଶର୍ମା ୨-୨ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଗୋଟିଏ ଓ୍ଵିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ୩ଟି ଶୃଙ୍ଖଳାର ଟେଷ୍ଟ ମ୍ୟାଚ୍ ୨-୧ରେ ବିଜୟୀ ହୋଇଛି।
ଭାରତର ୭ମ ଶିକାର ହୋଇଥିଲେ ଏଣ୍ଡିଲେ ଫେହଲୁକଭାୟୋ(୦)। ଦଳର ସ୍କୋର ୧୫୭ ରନ୍ରେ ୬ଷ୍ଠ ଓ ୭ମ ଓ୍ଵିକେଟ ପଡ଼ିଥିଲା। ସେହିପରି ୮ମ ଓ୍ଵିକେଟରେ କାଗିସୋ ରାବାଡା ଓ ୯ମ ଓ୍ଵିକେଟରେ ମର୍ଣ୍ଣ ମୋର୍କେଲ ପାଭଲିଅନ ଫେରିଥିଲେ। ମୋହମ୍ମଦ ସାମିଙ୍କ ଦ୍ୱାରା ଏଣ୍ଡିଲୋ ବୋଲ୍ଡ ହୋଇଥିଲେ। ପୂର୍ବରୁ ଭର୍ନୋନ ଫିଲେଣ୍ଡର(୧୦)ଙ୍କୁ ସାମି ଆଉଟ କରିଥିଲେ। କ୍ୱିଣ୍ଟନ ଡି କକ୍କୁ ଯଶପ୍ରିତ ବୁମରା(୦) ଏଲବିଡବ୍ଲୁ କରିଥିଲେ। ଅଧିନାୟକ ଫାଫ୍ ଡୁ ପ୍ଲେସିସ୍(୨)ଙ୍କୁ ଈଶାନ୍ତ ଶର୍ମା ବୋଲ୍ଡ କରିଥିଲେ।
/sambad/media/post_attachments/wp-content/uploads/2018/01/bumrah-300x168.jpeg)
ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଶନିବାର ୪ର୍ଥ ଦିନରେ ଅମ୍ପାୟାର ପିଚକୁ ନୀରିକ୍ଷା କରିଥିଲେ। ଏହା ପରେ ଭାରତୀୟ ସମୟାନୁସାର ୨ଟା ୩୦ରେ ଖେଳ ଆରମ୍ଭ ହୋଇଥିଲା। ଶୁକ୍ରବାର ଅପରାଜିତ ଥିବା ହାସିମ ଆମଲା(୫୨) ଓ ଡିନ୍ ଏଲଗ୍ର () ଦକ୍ଷିଣ ଆଫ୍ରିକାର ସ୍କୋର ୧/୧୭ରୁ ଆରମ୍ଭ କରିଥିଲେ। ଉଭୟ ଖେଳାଳି ୨ୟ ଓ୍ଵିକେଟରେ ୧୧୯ ରନ୍ ଭାଗିଦାରୀ ପରେ ଈଶାନ୍ତ ଶର୍ମାଙ୍କ ବଲ ହାଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇ ଆମଲା ଆଉଟ ହୋଇଥିଲେ। ସେହିପରି ସ୍କୋର ୧୩୧ ରନ୍ରେ ଏ ବି ଡିଭିଲିୟର୍ସ(୬)ଙ୍କୁ ଯଶପ୍ରିତ ବୁମରା ପାଭଲିଅନ ଫେରାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/mohammed-shami.jpg)