ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଆଉ ଏକ ବିଜୟ, ସ୍ପେନକୁ ୩-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଆଉ ଏକ ବିଜୟ । ସ୍ପେନକୁ ୩-୦ରେ ହରାଇଛି ଭାରତ । ଋପିନ୍ଦର ପାଲ ସିଂହ ଦୁଇଟି ଓ ସିମରନଜିତ୍ ସିଂହ ଗୋଟିଏ ଗୋଲ ଦେଇଥିଲେ । ସ୍ପେନକୁ ତିନିଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ହେଲେ ଗୋଲ କରିପାରିନଥିଲେ । ଭାରତ ପକ୍ଷରୁ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା ।

Deccan Herald

ସ୍ପେନକୁ ଗୋଟିଏ ବି ଗୋଲ କରିବାକୁ ସୁଯୋଗ ଦେଇନଥିଲା ଦଳ । ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ଏହା ଭାରତର ଦ୍ୱତୀୟ ବିଜୟ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ହେଲେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଦଳ ହାରିଯାଇଥିଲା । ଆସନ୍ତା ୨୯ ତାରିଖରେ ଭାରତ ତାର ଚତୁର୍ଥ ମୁକାବିଲାରେ ଆର୍ଜେଂଟିନାକୁ ଭେଟିବ ।

ସମ୍ବନ୍ଧିତ ଖବର