ଭାରତ ୨୨-୫ରେ ୟୁଏଇକୁ ହରାଇଲା

ଏସୀୟ ବାଳିକା ରଗ୍‌ବି ସେଭେନ୍ସ ଉଦ୍‌ଘାଟିତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠାରୁ ତୃତୀୟ ଏସୀୟ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ହିଁ ଭାରତୀୟ ଦଳ ୨୨-୫ ଟ୍ରାଏରେ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)କୁ ପରାସ୍ତ କରିଛି। ଉଦ୍‌ଘାଟନୀ ଉତ୍ସବ ପରେ ପରେ ଆରମ୍ଭ‌ ‌େହାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମରୁ ହିଁ ୟୁଏଇ ଅ‌େର୍ଧକରେ ପ୍ରବେଶ କରି ପ୍ରାଧାନ୍ୟ ବିସ୍ତାର କରିଥିଲା। ରଗ୍‌ବି କୌଶଳ ଏବଂ ଆକ୍ରମଣାତ୍ମକ ଖେଳର ଏକ ନିଖୁଣ ନିଦର୍ଶନ ଦେଖାଇ ୭ ମିନିଟିଆ ପ୍ରଥମାର୍ଧରେ ହିଁ ଭାରତୀୟ ଦଳ ୧୭-୦ରେ ଆଗୁଆ ହୋଇଯାଇଥିଲା। ଦ୍ବିତୀୟାର୍ଧରେ ୟୁଏଇ ଅପେକ୍ଷାକୃତ ଭଲ ‌େଖଳିଥିଲା ଏବଂ ଫଳତଃ ଗୋଟିଏ ଟ୍ରାଏରୁ ୫ ପଏଣ୍ଟ୍ ଅର୍ଜନରେ ସକ୍ଷମ ହୋଇଥିଲା। ସମାନ ଅବଧିରେ ଭାରତ ମଧ୍ୟ ଆଉ ଏକ ଟ୍ରାଏ ସହିତ ମ୍ୟାଚ୍‌କୁ ନିଜ ସପକ୍ଷରେ ନିଶ୍ଚିତ କରି ନେଇଥିଲା। ଭାରତ ନିଜର ପରବର୍ତୀ ୨ ମ୍ୟାଚ୍ ଶନିବାର ବାଂଲାଦେଶ (ମଧ୍ୟାହ୍ନ ୧୨.୩୦) ଏବଂ ଶ୍ରୀଲଙ୍କା (ଅପରାହ୍ନ ୩.୧୬ ମିନିଟ) ସହିତ‌ ଖେଳି ଗ୍ରୁପ୍ ଅଭିଯାନ ଶେଷ କରିବ। ଶୁକ୍ରବାର ପ୍ରତିଯୋଗିତାର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଶ୍ରୀଲଙ୍କା ୮୧-୦ରେ ବାଂଲାଦେଶକୁ, ଚୀନ୍‌ ୪୯-୦ରେ ଫିଲିପାଇନ୍ସକୁ, ହଂକଂ ୬୯-୦ରେ ଚାଇନିଜ ତାଇପେକୁ, ଥାଇଲାଣ୍ଡ ୬୦-୦ରେ ନେପାଳକୁ ଏବଂ କାତାର ୨୪-୦ରେ ଲାଓସକୁ ପରାସ୍ତ କରିଛି।

ରକ୍ତାକ୍ତ ଆରମ୍ଭ
କଳିଙ୍ଗ ଷ୍ଟାଡିୟମରେ ଏସୀୟ ବାଳିକା ରଗ୍‌ବି‌‌ ସେଭେନ୍ସର ପ୍ରଥମ ମ୍ୟାଚ୍‌ରେ ହିଁ ରକ୍ତାକ୍ତ ଦୃଶ୍ୟ ଦେଖିବାକୁ ମିଳିଥିଲା। ରଗ୍‌ବି ଏକ ଶାରୀରିକ ସଂଯୋଗ କ୍ରୀଡ଼ା ହୋଇଥିବାରୁ ରକ୍ତାକ୍ତ ଦୃଶ୍ୟ ଅପ୍ରତ୍ୟାଶିତ ନ ଥିଲା। କିନ୍ତୁ ଭାରତୀୟ ଦଳ ଅଧିନାୟିକା ସଂଧ୍ୟା ରାଏ ପ୍ରଥମରୁ ହିଁ ମୁଣ୍ଡ ଫଟାଇ ‌େଫରିଥିଲେ। କିନ୍ତୁ ଏହି ବେଙ୍ଗଲି ଝିଅ ମାତ୍ର କିଛି ସମୟ ପରେ ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଅବଶିଷ୍ଟ ସମୟ ଖେଳି ଭାରତୀୟ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଐତିହାସିକ
କଳିଙ୍ଗ ଷ୍ଟାଡିୟମ ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ନିୟମିତ ଆଗମନର ପର୍ବ ପାଲଟିଛି। ଶୁକ୍ରବାର ପ୍ରାୟ ୫/୬ ହଜାର ସ୍କୁଲ ପିଲାଙ୍କୁ ନେଇ ଭରପୁର ଷ୍ଟାଡିୟମରେ ଏସୀୟ ବାଳିକା ରଗ୍‌ବି ସେଭେନ୍ସର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହା ଏକ ଐତିହାସିକ ପ୍ରତିଯୋଗିତା ଏବଂ ଭାରତରେ ପ୍ରଥମ ଥର ଏକ ବୟସ ବର୍ଗ ଅନ୍ତର୍ଜାତୀୟ ରଗ୍‌ବି ପ୍ରତିଯୋଗିତା ଅନୁଷ୍ଠିତ‌ ହୋଇଥିବାରୁ ଆମେ ଗର୍ବିତ ବୋଲି ପ୍ରକାଶ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଗତ ଜାକର୍ତା ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେପ୍ଟାଥଲନ୍ ସ୍ବର୍ଣ୍ଣ ବିଜୟିନୀ ସ୍ବପ୍ନା ବର୍ମନ, ପୂର୍ବତନ ଖେଳାଳି ତଥା ବଲିଉଡ୍ ଅଭିନେତା ରାହୁଲ ବୋଷ ମୁଖ୍ୟ ଆକଷର୍ଣ ଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ରଗ୍‌ବି ଏସିଆ ସଭାପତି ଆଗା ହୁସେନ, ଓଡ଼ିଶା ରଗ୍‌ବି ଫୁଟବଲ୍ ସଂଘ (ଓରଫା) ସଭାପତି ବିଧାୟକ ପ୍ରିୟଦର୍ଶି ମିଶ୍ର, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ନିର୍ଦେଶକ ଭିନିଲ କ୍ରିଷ୍ଣା, ଭାରତୀୟ ରଗ୍‌ବି ଫୁଟବଲ୍ ୟୁନିଅନର ସଭାପତି ନୁମାଜର ମେହଟା ପ୍ରମୁଖ ମଞ୍ଚାସୀନ ଥିଲେ। ଏସିଆ ମହାଦେଶର ୧୨ ଦଳ ଯଥା ହଂକଂ, ଚୀନ, ୟୁଏଇ, ଫିଲିପାଇନ୍ସ, ଲାଓସ୍, କାତାର, ନେପାଳ, ଚାଇନିଜ୍ ତାଇପେ, ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ ଓ ଭାରତ ମାର୍ଚ ପାଷ୍ଟ କରିଥିଲେ। ଏହା ପରେ ରାଜ୍ୟର ପାରମ୍ପରିକ ନୃତ୍ୟ କଳାର ଝଲକ ମଧ୍ୟରେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।

କିଟ୍ ଘୋଷଣା କଲା ପୁରସ୍କାର
ରାଜ୍ୟ ରଗ୍‌ବିର ପ୍ରାଣକେନ୍ଦ୍ର ପାଲଟିଛି କିସ୍‌। ଏହି କାରଣରୁ ୧୨ ଜଣିଆ ଭାରତୀୟ ଦଳରେ ଏହି ବିଶ୍ବବିଦିତ ଆଦିବାସୀ ଶିକ୍ଷାନୁଷ୍ଠାନର ୫ ଜଣ ପିଲା ସ୍ଥାନ ପାଇଛନ୍ତି। କିନ୍ତୁ ଭାରତୀୟ ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଭାରତ ବିଜେତା ହେ‌େଲ ପ୍ରତି ଖେଳାଳିଙ୍କୁ ୧୦ ହଜାର, ପ୍ରଥମ ଉପବିଜେତା ହେଲେ ୫ ହଜାର ଟଙ୍କା ଏବଂ ଦ୍ବିତୀୟ ଉପବିଜେତା ହେଲେ କ୍ରୀଡ଼ା ପୋଷାକ ପ୍ରଦାନ ସହିତ ସମ୍ବର୍ଧିତ କରାଯିବ ବୋଲି ‌‌େଖଳାଳିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଏହାର ମୁଖ୍ୟ ତଥା ରାଜ୍ୟ ସଭା ସାଂସଦ ଶ୍ରୀ ସାମନ୍ତ। ଓଡ଼ିଶାରେ ପ୍ରଥମ ଥର ଏଭଳି ପ୍ରତି‌ଯୋଗିତା ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଡକ୍ଟର ସାମନ୍ତ ଧନ୍ୟବାଦ ଜଣାଇଥିଲେ।

ଭୁବନେଶ୍ବର ମୋ ପାଇଁ ଲକି: ସ୍ବପ୍ନା
ଭୁବନେଶ୍ବର (କଳିଙ୍ଗ ଷ୍ଟାଡିୟମ) ମୋ ପାଇଁ ଲକି ପଡ଼ିଆ। ଏଠାରେ ମୁଁ ଗତବର୍ଷ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ସହିତ ବ୍ୟକ୍ତିଗତ ଶ୍ରେଷ୍ଠ ୫୯୪୨ ପଏଣ୍ଟ୍ ସ୍କୋର କରିଥିଲି ବୋଲି କହିଛନ୍ତି ଗତ ଜାକର୍ତା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟିନୀ ସ୍ବପ୍ନା ବର୍ମନ। ସେତେବେଳେ ମୋତେ କେହି ଜାଣି ନଥିଲେ। ଏବେ କିନ୍ତୁ ପ୍ରଶଂସକମାନେ ଏତେ ସଂଖ୍ୟାରେ କରତାଳି ଦେଇ ମୋତେ ସ୍ବାଗତ କରୁଛନ୍ତି। ବଡ଼ ପରିବର୍ତନ ହୋଇଛି। ସମସ୍ତେ ଏସୀୟ କ୍ରୀଡ଼ାକୁ ଗୁରୁତ୍ବ ଦେଇଥିବାରୁ ଏବଂ ମୁଁ ଏଥର ସ୍ବର୍ଣ୍ଣ ପଦକ ଜିତିଥିବାରୁ ଏହା ସମ୍ଭବ ହୋଇଛି। ଆଗରୁ ମୋ‌େତ କେହି ଦେଖୁ ନ ଥିଲେ କି ପଚାରୁନଥିଲେ। ଏବେ ଏତେ ସମର୍ଥନ ମିଳୁଛି ଯେ ମୁଁ ବିଭୋର ହୋଇଯାଉଛି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ମୋ ପରବର୍ତୀ ଲକ୍ଷ୍ୟ ବୋଲି କହିଥ‌ିଲେ ଉଭୟ ଗୋଡ଼ରେ ବିରଳ ୬ ଆଙ୍ଗୁଠି ପାଇଥିବା ସ୍ବପ୍ନା। ଏହି ଆଙ୍ଗୁଠି ମୋ‌ ପାଇଁ ଯନ୍ତ୍ରଣା ଯେତିକି ଖୁସି ସେତିକି ବୋଲି କହିଥିଲେ ସ୍ବପ୍ନା। ସୂଚନାଯୋଗ୍ୟେ, ସ୍ବପ୍ନାଙ୍କ ଇଭେଣ୍ଟରେ ହିଁ ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ ଭୁବନେଶ୍ବର ଏଦୀୟ ଦୌଡ଼କୁଦରେ କାଂସ୍ୟ ଜିତିଥିଲେ ଏବଂ ଜାକର୍ତାରେ ଅଳ୍ପକେ ପଦକରୁ ବଞ୍ଚିତ ହେ‌ାଇଥିଲେ। ପୂର୍ଣ୍ଣିର୍ମାଙ୍କୁ କିନ୍ତୁ ଢ଼େର ଉଚ୍ଚରେ ରଖନ୍ତି ସ୍ବପ୍ନା। ଚେହେରାରେ ପ୍ରାୟ ଏକାଭଳି ଦେଖାଯାଆନ୍ତି ଉଭୟ। ‘‘ପୂର୍ଣ୍ଣିମା ଗତ ଏସୀୟ କ୍ରୀଡ଼ାରେ ପଦକ ଜିତିଥିଲେ ଭଲ ଲାଗିଥାନ୍ତା। ‌ସେ ମୋ ବଡ଼ ଭଉଣୀ ଭଳି। ଆମେ ମିଶିକି ପ୍ରସ୍ତୁତି କରିଥାଉ। ଜାକର୍ତାରେ ଆ‌େମ ଆଗ ପଛ ଚାଲିଥିଲୁ। କିନ୍ତୁ ପୂର୍ଣ୍ଣିମା ଆହତ ସମସ୍ୟାରେ ପଡ଼ିବାରୁ ନିରାଶ ହେଲେ। ଆ‌େମ ସେଠାରେ ଦେଶ ପାଇଁ ଦୁଇଟି ପଦକ ଜିିତିଥିଲେ ଭଲ ଲାଗିଥାନ୍ତା ବୋଲି କହିଥିଲେ ସ୍ବପ୍ନା।

ସମ୍ବନ୍ଧିତ ଖବର