ଟେଷ୍ଟ ଇତିହାସରେ ଭାରତର ସର୍ବବୃହତ ବିଜୟ, ରାଜକୋଟରେ ଧ୍ୱଂସ ହେଲା ଅନେକ ରେକର୍ଡ

ରାଜକୋଟ: ୱେଷ୍ଟଇଣ୍ଡିଜକୁ ଭାରତ ଇନିଂସ ଓ ୨୭୨ ରନ୍‌ରେ ପରାସ୍ତ କରି ଟେଷ୍ଟ ଇତିହାସରେ ସର୍ବବୃହତ ବିଜୟ ହାସଲ କରିଛି। ଭାରତୀୟ ଟିମ୍‌ ରାଜକୋଟ ଟେଷ୍ଟକୁ ଅଢ଼େଇ ଦିନରେ ଶେଷ କରିଛି ଓ ୯୮.୫ ଓଭର ଭିତରେ ୱେଷ୍ଟଇଣ୍ଡିଜକୁ ଉଭୟ ଇନିଂସରେ ଅାଉଟ୍ କରିଛି। ଆଇସିସି ର‍୍ୟାଙ୍କିଙ୍ଗରେ ୧ ନମ୍ବର ଟିମ୍‌ ଭାରତର ଖେଳାଳିମାନେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ଭାରତ ଚଳିତ ବର୍ଷ ଜୁନରେ ଭାରତ ଆଫଗାନିସ୍ତାନକୁ ତା’ର ଡେବ୍ୟୁ ମ୍ୟାଚ୍‌ରେ ଇନିଂସ ଓ ୨୬୨ ରନ୍‌ରେ ପରାସ୍ତ କରିଥିଲା। ସେହିଭଳି ଶ୍ରୀଲଙ୍କା ବିରୋଧରେ ୨୦୧୭ରେ ଇନିଂସ ଓ ୨୩୯ ରନ୍‌ରେ ଭାରତ ମ୍ୟାଚ ଜିତିଥିଲା।

ଟେଷ୍ଟ ମ୍ୟାଚରେ ଭାରତର ବଡ଼ ବିଜୟ

-ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଇନିଂସ ଓ ୨୭୨ ରନ୍‌ , ରାଜକୋଟ, ୨୦୧୮
-ଆଫଗାନିସ୍ତାନ ବିରୁଦ୍ଧରେ ଇନିଂସ ଓ ୨୬୨ ରନ୍‌, ବେଙ୍ଗାଲୁରୁ, ୨୦୧୮
-ଶ୍ରୀଲଙ୍କା ବିରୁଦ୍ଧରେ ଇନିଂସ ଓ ୨୩୯ ରନ୍‌, ନାଗପୁର, ୨୦୧୭
-ବାଂଲାଦେଶ ବିରୁଦ୍ଧରେ ଇନିଂସ ଓ ୨୩୯ ରନ୍‌, ଢାକା, ୨୦୦୭
-ଅଷ୍ଟ୍ରେଲିଆ ବିରୁଦ୍ଧରେ ଇନିଂସ ଓ ୨୧୯ ରନ୍‌, କୋଲକାତା, ୧୯୯୮
-ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଇନିଂସ ଓ ୧୯୮ ରନ୍‌, ନାଗପୁର, ୨୦୧୦
-ଶ୍ରୀଲଙ୍କା ବିରୁଦ୍ଧରେ ଇନିଂସ ଓ ୧୯୧ ରନ୍‌, ପଲ୍ଲେକଲ, ୨୦୧୭

ଭାରତ ନିଜର ପ୍ରଥମ ଇନିଂସ ୯ଓ୍ଵିକେଟ ପରେ ୬୪୯ ରନ୍‌ରେ ପାଳି ସମାପ୍ତି  ଘୋଷଣା କରି ଦେଇଥିଲା। ଏହା ପରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ୧୮୧ ରନ୍‌(୪୮.୫ଓଭର)ରେ ଆଉଟ କରି ଫଲୋଅନ୍‌ ପାଇଁ ଡାକିଥିଲା ଓ ୨ୟ ଇନିଂସରେ ୧୯୬ ରନ୍‌ରେ ଆଉଟ୍‌ କରିଥିଲା। ଅତିଥି ଟିମ ୫୦.୫ ଓଭର ଖେଳି ପାରିଥିଲେ।

ଟିମ୍‌ ଇଣ୍ଡିଆ ଭାରତରେ ଶେଷ ୩ ମ୍ୟାଚରେ ଇନିଂସରେ ବିଜୟୀ

-ଶ୍ରୀଲଙ୍କା ବିରୁଦ୍ଧରେ ଇନିଂସ ଓ ୨୩୯ ରନ୍‌, ନାଗପୁର, ୨୦୧୭
-ଆଫଗାନିସ୍ତାନ ବିରୁଦ୍ଧରେ ଇନିଂସ ଓ ୨୬୨ ରନ୍‌, ବେଙ୍ଗାଲୁରୁ, ୨୦୧୮
-ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଇନିଂସ ଓ ୨୭୨ ରନ୍‌ , ରାଜକୋଟ, ୨୦୧୮

ଦ୍ୱିତୀୟ ଇନିଂସରେ କୁଲଦୀପ ଯାଦବ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ୫୭ ରନ୍‌ ଦେଇ ୫ଟି ଓ୍ଵିକେଟ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ସର୍ବାଧିକ ୪ଓ୍ଵିକେଟ ନେଇତିବା ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଇନିଂସରେ ୨ ଓ୍ଵିକେଟ ନେଇଛନ୍ତି। ରବୀନ୍ଦ୍ର ଜାଦେଜା ୩ ଓ୍ଵିକେଟ ନେଇଛନ୍ତି।

ସମ୍ବନ୍ଧିତ ଖବର