ପୋର୍ଟ ଅଫ୍ ସ୍ପେନ୍: ଏଠାରେ ଚାଲିଥିବା ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ୨ ୱିକେଟରେ ମ୍ୟାଚ ଜିତି ନେଇଛି। ସମସ୍ତ ଖେଳାଳିଙ୍କ ମିଳିତ ଉଦ୍ୟମରେ ଭାରତ ଏହି ମ୍ୟାଚରେ ଘରୋଇଦଳ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ପୋର୍ଟ ଅଫ୍ ସ୍ପେନ୍ରେ ରବିବାର ଟସ୍ ଜିଣି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ୍ର ପାଳି ଆରମ୍ଭ କରିଥିଲେ ସାଈ ହୋପ୍ ଓ କାଇଲ୍ ମେୟର୍ସ। ପ୍ରାରମ୍ଭିକ ବ୍ୟାଟର ସାଈ ହୋପ୍ଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ନର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ୩୧୨ ରନ୍ ଲକ୍ଷ୍ୟ ମିଳିଥିଲା। ଜବାବରେ ଭାରତ ପକ୍ଷରୁ କ୍ୟାପଟେନ ଶିଖର ଧାୱନ ଓ ସୁବମନ ଗିଲ୍ ଓପନିଂ କରିଥିଲେ। ଶିଖର ଧାୱନ ୧୩ ରନ୍ କରି ରୋମାରିଓ ସେଫାର୍ଡଙ୍କ ବଲରେ କେ.ମାୟେର୍ସଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ। କିନ୍ତୁ ସୁବମନ ଗିଲ ଓ ଶ୍ରେୟାସ ଆୟାର ଇନିଂସ ସମ୍ଭାଳିଥିଲେ। ସୁବମନ ୪୩ ରନ୍ କରିଥିବାବେଳେ ଶ୍ରେୟାସ ୬୩ ରନ କରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଆସିଥିଲେ ବି ସେଭଳି ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ୯ ରନ କରି ଆଉଟ ହୋଇଯାଇଥିଲେ। ପରେ ସାଞ୍ଜୁ ସମସନ ଓ ଦୀପକ ହୁଦା ଭଲ ରନ କରି ଦଳକୁ ଆଗେଇ ନେଇଥିଲେ। ଦୀପକ ୩୩ ରନ୍ କରିଥିବାବେଳେ ସାଞ୍ଜୁ ୫୪ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ଦୀପକଙ୍କ ସହିତ ମିଶି ଅକ୍ଷର ପଟେଲ ଭଲ ରନ କରି ଖେଳକୁ ଜିତାଇବାରେ ସହାୟକ ହୋଇଥିଲେ। ଅକ୍ଷର ପଟେଲ ୬୪ ରନ କରି ନଟ ଆଉଟ ଥିଲେ। ଭାରତ ୮ ୱିକେଟ ହରାଇ ୪୯.୪ ଓଭରରେ ୩୧୨ ରନ କରି ମ୍ୟାଚ ଜିତି ନେଇଥିଲା।
ୱେଷ୍ଟଇଣ୍ଡିଜ୍ ପାଳି ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲା। ଓପନର ଯୋଡ଼ି ପ୍ରଥମ ୱିକେଟ୍ରେ ୬୫ ରନ୍ ସଂଗ୍ରହ କରିଥିଲେ। କାଇଲ ମେୟର୍ସ ଆଉଟ୍ ହେବା ପୂର୍ବରୁ ୨୩ଟି ବଲ୍ ଖେଳି ୩୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ସେହିପରି ସମର ବ୍ରୁକ୍ ମଧ୍ୟ ସାଈ ହୋପ୍ଙ୍କ ସହିତ ଭଲ ଭାଗିଦାରୀ ହୋଇପାରିଥିଲେ। ସେ ଭାରତର ଦ୍ବତୀୟ ୱିକେଟ ଭାବେ ପାଭଲିଅନ୍ ଫେରିବା ପୂର୍ବରୁ ବ୍ୟକ୍ତିଗତ ଭାବେ ୩୫ ରନ୍ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍ ଖେଳି ୫ଟି ଚୌକା ମାରିଥିଲେ। ତେବେ ମଧ୍ୟକ୍ରମର ବ୍ୟାଟର ବ୍ରେଣ୍ଡନ କିଙ୍ଗ ୫ଟି ବଲ୍ ସାମ୍ନା କରି ଖାତା ଖୋଲିପାରି ନଥିଲେ। ୱେଷ୍ଟଇଣ୍ଡିଜ୍ ୧୩୦ ରନ୍ ବେଳକୁ ୩ଟି ୱିକେଟ୍ ହରାଇ ସାରିଥିଲା।
୪ର୍ଥ ୱିକେଟରେ ସାଈ ହୋପ୍ ଓ ନିକୋଲାସ ପୂରନ ୧୧୭ ରନ୍ର ଭାଗିଦାରୀ ହୋଇପାରିଥିଲେ। ନିକୋଲାସ ୭୭ଟି ବଲ୍ ଖେଳି ୭୪ ରନ୍ ସଂଗ୍ରହ କରିଥିଲେ। ସେ ଗୋଟିଏ ଚୌକା ଓ ୬ଟି ଛକା ମାରିଥିଲେ। ରୋଭମ୍ୟାନ ପାୱେଲ ୧୩ ରନ୍ କରି ଆଉଟ୍ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Untitled-14-3.jpg)