ରାଜକୋଟ ଟେଷ୍ଟରେ ଇଣ୍ଡିଜର ଶୋଚନୀୟ ପରାଜୟ, ଇନିଂସ ଓ ୨୭୨ ରନରେ ଜିତିଲା ଭାରତ

ରାଜକୋଟ : ରାଜକୋଟ ଟେଷ୍ଟରେ ଭାରତୀୟ ଦଳ େଓ୍ଵଷ୍ଟ-ଇଣ୍ଡିଜକୁ ଇନିଂସ ୨୭୨ ରନରେ ପରାସ୍ତ କରିଛି । ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମାତ୍ର ଅଢେଇଦିନରେ ହିଁ ଶେଷ ହୋଇଯାଇଛି । ଏହି ବିଜୟ ସହ ଭାରତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି । ଭାରତୀୟ ଦଳ ପ୍ରଥମ ଇଂନିସରେ ୬୪୯ ରନ କରିଥିବାବେଳେ େଓ୍ଵଷ୍ଟଇଣ୍ଡିଜ ନିଜର ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୧ ରନରେ ଅଲଆଉଟ ହୋଇ ଫଲୋଅନର ସମ୍ମୁଖୀନ ହୋଇଥିଲା । ଫଲୋଅନ ହେବା ପରେ ପୁଣି ଥରେ ବ୍ୟାଟିଂ କରି ଇଣ୍ଡିଜ ଦଳ ଓପନର କିରେନ ପାେଓ୍ଵଲଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ୧୯୬ ରନରେ ଅଲଆଉଟ ହୋଇଯାଇଥିଲା । ପାଓ୍ଵଲ ସର୍ବାଧିକ ୮୩ ରନ ସଂଗ୍ରହ କରିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶୀସମୟ ଛିଡା ହୋଇପାରିନଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ନିଜ କ୍ୟାରିୟରର ପ୍ରଥମ ୫ ଓ୍ଵିକେଟ ସଫଳତା ହାସଲ କରିଛନ୍ତି ।

ଭାରତ ପ୍ରଥମ ଇନିଂସରେ ୬୪୯ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ପୃଥ୍ଵୀ ଶାହା ୧୩୪ ରନ କରିଥିଲେ, ସେହିପରି ଅଧିନାୟକ ବିରାଟ କୋହଲୀ ୧୩୯ ରନ ଓ ରବୀନ୍ଦ୍ର ଜାଦେଜା ୧୦୦ ରନ କରିଥିଲେ ।

ସମ୍ବନ୍ଧିତ ଖବର