୨ୟ ଟି-୨୦ : ଓ୍ବେଷ୍ଟଇଣ୍ଡିଜକୁ ୮ ରନରେ ହରାଇଲା ଭାରତ

କୋଲକାତା : ସ୍ଥାନୀୟ ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟି-୨୦ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡଜକୁ ୮ ରନରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୧୮୭ ରନ ବିଜୟ ଲକ୍ଷ୍ୟ ଜବାବରେ ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ ରନ କରିପାରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୨ ରନ ଓ ରୋଭମାନ ପଓ୍ବେଲ ୬୮ ରନ କରିଥିଲେ ।

ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ ରନ କରିଥିଲା । ଭାରତୀୟ ଦଳ ଆରମ୍ଭରୁ ଇଶାନ କିଷନଙ୍କ ଓ୍ବିକେଟ ହରାଇଥିଲେ ବି ପରେ ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ । ରୋହିତ ୧୯ରନ କରି ଆଉଟ ହୋଇଥିଲେ ବି ବିରାଟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷ ବେଳକୁ ଋଷଭ ପନ୍ତ ଓ ଭେଙ୍କଟେଶ ଆୟର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୮୬ରେ ପହଞ୍ଚାଇଥିଲେ । ପନ୍ତ ୫୨ ରନ କରିଥିବା ବେଳେ ଆୟର ୩୩ ରନ କରିଥିଲେ ।

ଏହି ବିଜୟ ସହ ଭାରତ ସିରିଜର ୨-୦ରେ ଅଜେୟ ଅଗ୍ରଣୀ ହାସଲ କରିଛି ।

ସମ୍ବନ୍ଧିତ ଖବର