ଟି-୨୦ ବିଶ୍ବକପ୍: ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କଲା ଭାରତ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ଶୋଚନୀୟ ଭାବେ ୬୬ ରନରେ ପରାସ୍ତ କରିଛି ।

ଭାରତ ଦ୍ବାରା ରଖାଯାଇଥିବା ୨୧୧ରନର ବିଶାଳ ଲକ୍ଷ୍ୟର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୪ ରନ କରିପାରିଥିଲା । ଆଫଗାନିସ୍ତାନ ପକ୍ଷରୁ କରିମ ଜାନତ୍ ସର୍ବାଧିକ ୪୨ରନ କରିଥିଲେ । ମହମ୍ମଦ ନବି ୩୫ ରନ ଓ ରେହମାନୁଲ୍ଲା ଗୁରବାଜ ୧୯ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମି ୩ଟି ଓ ଆର.ଅଶ୍ବିନୀ ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଧମେ ବୋଲିଂ କରିଥିଲା । ପ୍ରଥମ ଦୁଇଟି ମ୍ୟାଚ ହାରି ପ୍ରବଳ ସମାଲୋଚନାର ସରବ୍ୟ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆଜି ଆଫଗାନିସ୍ତାନ ବୋଲରଙ୍କ ଉପରେ ନିଜର ରାଗ ସୁଝାଇଛନ୍ତି । ଭାରତର ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ଭଲ ମୂଳଦୂଆ ପକାଇଥିଲେ । ରୋହିତ ୭୪ ଓ ରାହୁଲ ୬୯ ରନ କରିଥିଲେ । ଏମାନଙ୍କ ପରେ ଆସିଥିବା ଋଷଭ ପନ୍ତ ୨୭ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୫ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୨୧୦ରନ କରିଥିଲା । ଏହା ଏବେ ସୁଦ୍ଧା ଚଳିତ ବିଶ୍ବକପର ଏହା ସର୍ବାଧିକ ସ୍କୋର ।

ସମ୍ବନ୍ଧିତ ଖବର