ଜୋହାନେସବର୍ଗ: ଗୋଟିଏ ହେଲେ ବି ଅଭ୍ୟାସ ମ୍ୟାଚ୍ ନଖେଳି ଭାରତ କଷ୍ଟକର ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ କରିଥିଲା। ଯାହାର ଫଳ ପରବର୍ତୀ ଦୁଇ ଟେଷ୍ଟରେ ଭୋଗିଲା। ଦୁଇଟି ଯାକ ମୁକାବିଲା ହାରି ଟେଷ୍ଟ ଶୃଙ୍ଖଳାକୁ ୦-୨ରେ ହାରିଲା। ଏବେ ଜୋହାନେସବର୍ଗରେ ଆସନ୍ତା ୨୪ ତାରିଖରୁ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଟେଷ୍ଟ ପୂର୍ବରୁ କୋହଲି ବାହିନୀ ଆଉ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି। କଟା ଘାରେ ଚୂନ ଦେଲା ଭଳି ଦକ୍ଷିଣ ଆଫ୍ରିକା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଦକ୍ଷ ଅଭ୍ୟାସ ବୋଲର ବା ନେଟ୍ ବୋଲର ଦେଉ ନଥିବା ଜଣା ପଡ଼ିଛି। ଭାରତୀୟ କ୍ରିକେଟ୍ ଦଳ ଏଥିନେଇ ତୀବ୍ର ଅସନ୍ତାଷ ଜାହିର କରିଛି। ତା’ ସହ ଚୟନକର୍ତାଙ୍କୁ ଏହି ଅସୁବିଧା ବିଷୟରେ ଆନୁଷ୍ଠାନିକ ସୂଚନା ଦେଇଛି। ଫଳରେ ଚୟନକର୍ତା ବାଧ୍ୟ ହୋଇ ଏହି ସମସ୍ୟା ସମାଧାନ ଲାଗି ବିକଳ୍ପ ବ୍ୟବସ୍ଥା କରିଛନ୍ତି। ଦିଲ୍ଲୀ ଦ୍ରୁତ ବୋଲର ନଭଦୀପ ସାଇନି ଏବଂ ମୁମ୍ବାଇର ପ୍ରତିଭାବାନ ବୋଲର ସାର୍ଦୁଲ ଠାକୁରଙ୍କୁ ଦକ୍ଷିଣ ଆଫ୍ରିକା ପଠାଇବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ ଅଭ୍ୟାସରେ ସାହାଯ୍ୟ କରିବା ଲାଗି ଭାରତୀୟ ଦଳ ନିଜ ସହ ତିନି ଜଣ ଘରୋଇ ଦ୍ରୁତ ବୋଲର ମହମ୍ମଦ ସିରାଜ, ଅଙ୍କିତ ରାଜପୁତ ଓ ବାସିଲ ଥମ୍ପି ଦକ୍ଷିଣ ଆଫ୍ରିକା ଯାଇଥିଲେ। ହେଲେ ପ୍ରଥମ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଏହି ତିନି ଜଣଙ୍କୁ ଭାରତ ପଠାଇ ଦିଆ ଯାଇଥିଲା। ଠାକୁର ଏବଂ ସାଇନି କିନ୍ତୁ ଦିନିକିଆ ଶୃଙ୍ଖଳା ଶେଷ ହେବା ପର୍ଯ୍ୟନ୍ତ ଦଳ ସହ ରହିବେ ବୋଲି ଜଣା ପଡ଼ିଛି।
ଠାକୁର ଓ ସାଇନିଙ୍କୁ ଡାକିଲା ଭାରତ
ଅଭ୍ୟାସ ବୋଲର ଦେଉନି ଦକ୍ଷିଣ ଆଫ୍ରିକା
/sambad/media/post_attachments/wp-content/uploads/2018/01/Shardul-Thakur-celebrates-170803G300.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)