ଆଇସ୍‌ଲାଣ୍ଡର ବରଫ କିମ୍ବା ସାହାରା ବାଲିରେ ବି ଭାରତ ଜିତିପାରିବ: ଗାଭାସ୍କର

ନୂଆଦିଲ୍ଲୀ : ଆଇସ୍‌ଲାଣ୍ଡର ବରଫ ହେଉ କି ସାହାରା ମରୁଭୂମୀର ବାଲୁକା, ଭାରତୀୟ କ୍ରିକେଟ୍ ଦଳ ଯେ କୌଣସି ସ୍ଥାନରେ ମ୍ୟାଚ୍ ଜିତି ପାରିବ। ଏଭଳି ମତବ୍ୟକ୍ତ କରିଛନ୍ତି କ୍ରିକେଟ୍ କିମ୍ବଦନ୍ତୀ ସୁନୀଲ ଗାଭାସ୍କର। ଭାରତୀୟ କ୍ରିକେଟ୍‌ ଦଳର ଶକ୍ତି ଉପରେ ଦୃଢ଼ ଆସ୍ଥା ପୋଷଣ କରି ଗାଭାସ୍କର କହିଛନ୍ତି ଯେ ଭାରତ ପାଖରେ ଏବେ ଏକ ଚମତ୍କାର ଦଳ ଅଛି। ମୋର ପୂର୍ଣ୍ଣ ବିଶ୍ବାସ ରହିଛି ଯେ ସେମାନେ ଉଭୟ ଆଇସ୍‌ଲାଣ୍ଡ ଏବଂ ସାହାରାରେ ଜିତିବାର ବାଟ ବାହାର କରିନେବେ। ଏଣୁ ପୂର୍ବରୁ ଭାରତୀୟ ଖେଳାଳି ଗୋଲାପି ବଲ୍‌ରେ ଖେଳିଛନ୍ତି କି ନାହିଁ, ତାହାର କୌଣସି ମାନେ ନାହିଁ। ଦିବା ରାତ୍ର କ୍ରିକେଟ୍ ଯେତେବେଳେ ଆରମ୍ଭ ହେଲା, ଏହା ଏତେ ସଫଳ ହେବ ବୋଲି କେହି ଭାବି ନଥିଲେ। ଏବେ ଦିବା ରାତ୍ର କ୍ରିକେଟ୍‌ର ଅନୁସରଣକାରୀଙ୍କ ସଂଖ୍ୟା ଢେର ଅଧିକ। ଏଣୁ ଦିବା ରାତ୍ର ଟେଷ୍ଟ୍‌ ସଫଳ ହେବ ନାହିଁ ବୋଲି ଭାବିବାରେ କୌଣସି ଯଥାର୍ଥତା ନାହିଁ। ଦିବା ରାତ୍ର ଟେଷ୍ଟ୍‌ ‘ଟେଷ୍ଟ୍‌’ କ୍ରିକେଟ୍‌ରେ ଭାଗ୍ୟ ବଦଳାଇ ଦେଇପାରେ ବୋଲି ଗାଭାସ୍କର ଆଶା ପୋଷଣ କରିଛନ୍ତି। ତେବେ ଗୋଲାପି ବଲ୍‌ର ପରିସଂଖ୍ୟାନକୁ ଲାଲ୍ ବଲ୍ କ୍ରିକେଟ୍‌ଠାରୁ ଅଲଗା ଭାବେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର