ବାରବାଟୀ ଦିନିକିଆ : ୱେଷ୍ଟ ଇଣ୍ଡିଜର ଧୀମା ଆରମ୍ଭ, ୪ ଓଭରରେ ୧୨ ରନ

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ- ୱେଷ୍ଟଇଣ୍ଡିଜ ଏକଦିବସୀୟ କ୍ରିକେଟ ମ୍ୟାଚରେ ଭାରତ ଟସ ଜିଣି ଫିଲଡିଂ ନିଷ୍ପତ୍ତି ନେଇଛି । ୱେଷ୍ଟଇଣ୍ଡିଜ ପକ୍ଷରୁ ସାଇ ହୋପ ଓ ଓଭିନ ଲୁଇସ ଇନିଂସ ଆରମ୍ଭ କରିଛନ୍ତି । ଶେଷ ଖବର ମିଳିବା ସୁଦ୍ଧା ଭ୍ରମଣକାରୀ ଦଳ  ୪ ଓଭରରେ ୧୨ ରନ ସଂଗ୍ରହ କରିଛି ।
ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲୀ ଟସ ଜିଣି ଫିଲଡିଂ ନେବା ସ୍ପଷ୍ଟ ହୋଇଯାଇଛି ଯେ ଭାରତ ଏହି ଶେଷଦିନିକିଆରେ ପଛରେ ବ୍ୟାଟିଂ କରି ସିରିଜ୍ କବଜା କରିବାକୁ ଚାହୁଁଛି । ଉଭୟ ଦଳ ଏବେ ଗୋଟିଏ ଲେଖାଏଁ ମ୍ୟାଚ ଜିଣିଥିବାରୁ ସିରିଜ ୧-୧ରେ ଅମିମାଂସିତ ରହିଛି ।
ଆଜି ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦୀପକ ଚହରଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ସାମିଲ କରାଯାଇଛି । ସାଇନି ଏହି ମ୍ୟାଚ ସହ ନିଜର ଏକଦିବସୀୟ କ୍ୟାରିୟର ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର