ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍‌ରେ ରବିବାର ଭାରତୀୟ ଦଳର ବିଜୟଧାରା ଅଟକିଗଲା। ଭାରତକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଏହି ଧାରାକୁ ରୋକିଥିଲା। ଚଳିତ ବିଶ୍ବକପ୍‌ରେ ଭାରତର ଏହା ପ୍ରଥମ ପରାଜୟ ଥିଲା ବେଳେ ଦିନିକିଆ ଆନ୍ତର୍ଜାତିକରେ ମୋଟ ୪୧୮ତମ ପରାଜୟ ଥିଲା। ଯାହାକି କ୍ରିକେଟ୍‌ ଇତିହାସରେ ସବୁଠୁ ଅଧିକ ଦିନିକିଆ ପରାଜୟର ଅଲୋଡ଼ା କୀର୍ତ୍ତି ବହନ କରିଛି। ଅବଶ୍ୟ ଭାରତ ଏକ୍ଷେତ୍ରରେ ଅନ୍ୟତମ ଏସୀୟ ଦଳ ଶ୍ରୀଲଙ୍କାର ସମକକ୍ଷ ହୋଇଛି। ଶ୍ରୀଲଙ୍କା ମଧ୍ୟ ୪୧୮ ଦିନିକିଆରେ ପରାଜିତ ହେବାର ଅଲୋଡ଼ା କୀର୍ତ୍ତି ନିଜ ନାମରେ ରଖିଥିଲା। ମୋଟ ଉପରେ ଭାରତ ୯୭୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୫୧୫ ବିଜୟ ପାଇଛି ଏବଂ ୪୦ ମ୍ୟାଚ୍‌ରୁ କୌଣସି ଫଳାଫଳ ମିଳିନାହିଁ। ଏଥିରେ ଭାରତର ବିଜୟ ପ୍ରତିଶତ ୫୪.୬୬ ରହିଛି ଯାହାକି ଏପର୍ଯ୍ୟନ୍ତ ବିଶ୍ବର ତୃତୀୟ ଶ୍ରେଷ୍ଠ।