ଟ୍ବେଣ୍ଟି-୨୦ ବିଜୟ ପ୍ରତିଶତରେ ପାକିସ୍ତାନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତିନେଇଛି। ଏହା ଥିଲା ଭାରତର ୧୨୯ ମ୍ୟାଚ୍‌ରୁ ୮୦ତମ ବିଜୟ। ଫଳରେ ଭାରତର ବିଜୟ ପ୍ରତିଶତ ୬୪.୪୦ ହୋଇଛି। ଯାହାକି ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିଥିବା କୌଣସି ବି ଦଳ ପାଇଁ ସର୍ବାଧିକ। ଏକ୍ଷେତ୍ରରେ ଭାରତ ମଧ୍ୟ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛି। ଶୁକ୍ରବାର ଭାରତ-ଶ୍ରୀଲଙ୍କା ପୁଣେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ୬୧.୮୨ ବିଜୟ ପ୍ରତିଶତ ସହ ଶୀର୍ଷରେ ରହିଥିଲା।

ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷରେ ୧୯ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ଭାରତ ୧୩ ବିଜୟ ପାଇ ପାକିସ୍ତାନ ସମକକ୍ଷ ହୋଇଛି। ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ୨୧ ମ୍ୟାଚ୍‌ ଖେଳି ସମାନ ସଂଖ୍ୟକ (୧୩) ବିଜୟ ହାସଲ କରିଥିଲେ ସୁଦ୍ଧା ଏଥିରେ ମଧ୍ୟ ବିଜୟ ପ୍ରତିଶତ ତୁଳନାରେ ଭାରତଠୁ ପଛରେ ପଡ଼ିଛି। ଭାରତ ଓ ପାକିସ୍ତାନ ପଛକୁ ଅନ୍ୟତମ ଦଳ ଅଷ୍ଟ୍ରେଲିଆ ହିଁ ଶ୍ରୀଲଙ୍କା ବିପକ୍ଷରେ ୮ ବିଜୟ ପାଇଛି।

ସମ୍ବନ୍ଧିତ ଖବର