ବୁମ୍‌ରାଙ୍କ ସେବାରୁ ପୁଣି ବଞ୍ଚିତ ହେବ ଭାରତ

ଲଣ୍ଡନ: ଏଜବାଷ୍ଟନ୍‌ ଭଳି ଲର୍ଡସ ଟେଷ୍ଟ୍‌ରେ ମଧ୍ୟ ଭାରତ ଡାହାଣହାତୀ ଦ୍ରୁତ ବୋଲର ଯସ୍‌ପ୍ରୀତ ବୁମ୍‌ରାଙ୍କ ସେବାରୁ ବଞ୍ଚିତ ହେବ। ବୁମ୍‌ରା ସଂପ୍ରତି ଲଣ୍ଡନରେ ଥିଲେ ମଧ୍ୟ ତାଙ୍କ ବାମହାତରେ ଲାଗିଥିବା ଆଘାତରୁ ସଂପୂର୍ଣ୍ଣ ମୁକୁଳି ପାରିନାହାନ୍ତି। ଫଳରେ ଲର୍ଡସ ଟେଷ୍ଟ୍‌ରୁ ବାଦ୍‌ ପଡ଼ିଛନ୍ତି। ଦ୍ୱିତୀୟ ଟେଷ୍ଟ୍‌ ବେଳକୁ ସେ ସୁସ୍ଥ ହୋଇ ଯାଇଥିବେ ବୋଲି ବିସିସିଆଇ ପୂର୍ବରୁ କହିଥିଲା। ଏବେ କିନ୍ତୁ ସେ ଆଶା ଉଭେଇ ଯାଇଛି। ବୁମ୍‌ରା ବୋଲିଂ କରୁଛନ୍ତି। ହେଲେ ଏତେ ଶୀଘ୍ର ତାଙ୍କୁ ଟେଷ୍ଟ୍‌ କ୍ରିକେଟ୍‌କୁ ଫେରାଇ ଆଣିବା ଠିକ୍‌ ହେବ ନାହିଁ। ପ୍ରଥମେ ତାଙ୍କ ହାତର ପ୍ଲାଷ୍ଟର ଖୋଲା ହେବା ଦରକାର। ସେଥିପାଇଁ ଦ୍ୱିତୀୟ ଟେଷ୍ଟ୍‌ରେ ସେ ଖେଳିବାର କୌଣସି ସମ୍ଭାବନା ନାହିଁ ବୋଲି ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ମଙ୍ଗଳବାର ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର