ଟୋକିଓ: ଆଜି ଟୋକିଓ ପାରାଲିମ୍ପିକ୍ସ୍ରେ ଆୟୋଜିତ ୫୦ ମିଟର୍ ପିସ୍ତଲ୍ ଚାଳନା ପ୍ରତିଯୋଗିତାରେ ଭାରତ ଆଉ ଦୁଇଟି ପଦକ ଜିଣିବା ସହ ଏହି କ୍ରୀଡ଼ାରେ ଏଯାବତ୍ ଭାରତର ସମୁଦାୟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି।
ଆଜି ‘ପି୪ ମିକ୍ସ୍ଡ୍’ ୫୦ ମିଟର୍ ପିସ୍ତଲ ଚାଳନା ପ୍ରତିଯୋଗିତା ‘ଏସ୍ଏଚ୍୧’ରେ ଭାରତର ମନୀଷ ନରୱାଲ୍ ୨୧୮.୨ ପଏଣ୍ଟ ସ୍କୋର୍ କରି ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି, ଉପରୋକ୍ତ ପ୍ରତିଯୋଗିତାରେ ୨୧୬.୭ ପଏଣ୍ଟ ସ୍କୋର୍ କରିଥିବା ଅନ୍ୟତମ ଭାରତୀୟ ପିସ୍ତଲ ଚାଳକ ସିଂହରାଜ ଅଧାନା ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ୧୯୬.୮ ସ୍କୋର୍ କରି ରୁଷୀୟ ଖେଳାଳି ସର୍ଗେଇ ମାଲିସେଭ୍ କାଂସ୍ୟ ପଦକ ପାଇଛନ୍ତି।
/sambad/media/post_attachments/wp-content/uploads/2021/09/manish-singhraj.png)
କିଛି ସମୟ ପୂର୍ବରୁ ଏହି ପ୍ରତିଯୋଗିତରେ ଆଉ ମାତ୍ର ୩ଜଣ ଖେଳାଳି ଥିବାରୁ ଉଭୟ ସିଂହରାଜ ଏବଂ ମନୀଷ ପଦକ ପାଇବେ ବୋଲି ସୁନିଶ୍ଚିତ ହୋଇ ଯାଇଥିଲା। ମନୀଷ ଦ୍ବିତୀୟ ଓ ସିଂହରାଜ ତୃତୀୟ ସ୍ଥାନରେ ଥିଲେ।
ପ୍ରତିଯୋଗିତାର ‘ଏଲିମିନେଟିଙ୍ଗ୍’ ସ୍ତରରେ ୧୪ ସଟ୍ ପରେ ସିଂହରାଜ ୪ର୍ଥ ଖସି ଆସିଥିବା ବେଳେ ମନୀଷ ମଧ୍ୟ ୫ମ ସ୍ଥାନକୁ ଖସି ଆସିଥିଲେ। ସେତେବେଳେ ପ୍ରତିଯୋଗିତା କ୍ଷେତ୍ରରେ ୫ଜଣ ଖେଳାଳି ଥିଲେ। ମାତ୍ର ପରେ ଭଲ ପ୍ରଦର୍ଶନ କରି ୫୦ ମିଟର ପିସ୍ତଲରେ ବିଶ୍ବରେକର୍ଡଧାରୀ ମନୀଷ ନରୱାଲ୍ ପ୍ରଥମ ସ୍ଥାନକୁ ଚାଲିଆସି ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ଦୁଇ ଖେଳାଳିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/India-Got-Silver-Gold-in-Paralympic-Games_Thumbnail.jpg)