ନିଜ କ୍ୟାରିୟରର ୧୦୦ତମ ଟେଷ୍ଟରେ ଜୋ ରୁଟଙ୍କ ଶତକ, ପ୍ରଥମ ଦିନରେ ଇଂଲଣ୍ଡ ୨୬୩/୩

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଆଜି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଇଂଲଣ୍ଡ ୩ ଓ୍ବିକେଟ ହରାଇ ୨୬୩ ରନ ସଂଗ୍ରହ କରିଛି । ନିଜ କ୍ୟାରିୟରର ୧୦୦ ତମ ମ୍ୟାଚ ଖେଳୁଥିବା ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ ଜୋ ରୁଟ୍ ଶତକ ହାସଲ କରିଛନ୍ତି ।

ଆଜି ଇଂଲଣ୍ଡ ଟସ ଜିଣି ପ୍ରଥମେ  ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋରି ବର୍ନସ ଓ ଡୋମିନିକ ସିବଲି ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ମାତ୍ର ବର୍ନସ ମାତ୍ର ୩୩ ରନ କରି ଆର. ଅଶ୍ବୀନଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଡାନିଏଲ ଲରେନ୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ସିବଲି ସତର୍କତାର ସହ ନିଜର ବ୍ୟାଟିଂ ଜାରି ରଖି ଜୋର ରୁଟଙ୍କ ସହ ମିଶି ଦଳର ସ୍ଥିତିକୁ ସୁଦୃଢ କରିଥିଲେ । ସିବଲି ୮୭ରନ କରି ବୁମରାଙ୍କ ବଲରେ ଏଲବିଡବ୍ଲୁ ଆଉଟ ହୋଇଥିଲେ ।

ଆଜି ଷ୍ଟମ୍ସ ଅପସାରଣ ବେଳକୁ ରୁଟ ୧୨୮ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ବୁମରା ୨ଟି ଓ ଅଶ୍ବୀନ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ସମ୍ବନ୍ଧିତ ଖବର