ନଟିଂହାମ୍ (ଲଣ୍ଡନ): ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚର ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର ନଟିଂହାମ୍ର ଟ୍ରେଣ୍ଟ ବ୍ରଜି ପଡ଼ିଆରେ ଖେଳାଯାଉଛି। ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ବ୍ୟାଟିଂ କରୁଛି। ଟି-୨୦ରେ ଶୃଙ୍ଖଳା ବିଜୟୀ ହେବା ପରେ ଭାରତ ଦିନିକିଆ ଶୃଙ୍ଖଳାକୁ ନିଜର କରିବାକୁ ଚାହିଁବ। ଅନ୍ୟପକ୍ଷରେ ଇଂଲଣ୍ଡ ଟି-୨୦ରେ ପରାଜୟ ହୋଇଥିଲେ ମଧ୍ୟ ପ୍ରଥମ ଦିନିକିଆରେ ଜିତି ନିଜର ମନୋବଳକୁ ଫେରାଇବାକୁ ଉଦ୍ୟମ କରିବ।
ବିରାଟ କୋହଲି ଓ ଇଅନ୍ ମୋର୍ଗାନ୍ଙ୍କ ନେତୃତ୍ୱାଧୀନ ଉଭୟ ଦଳ ଗୁରୁବାର ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳିବେ। ଏହି ଗସ୍ତରେ ଉଭୟ ଆୟର୍ଲାଣ୍ଡ୍ ଓ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଢଙ୍ଗରେ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଆଧିପତ୍ୟ ଜମାଇବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଗତମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିଥିବା ଇଂଲଣ୍ଡ ଘରୋଇ ମାଟିରେ ଶକ୍ତିଶାଳୀ ବ୍ୟାଟିଂକ୍ରମକୁ ନେଇ ଭାରତକୁ ପରାସ୍ତ କରିବା ଆଶାରେ ରହିଛି। ଏହି ଶୃଙ୍ଖଳା ମଧ୍ୟ ଆସନ୍ତାବର୍ଷ ଠିକ୍ ଏହି ସମୟରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଉଭୟ ଦଳ ପାଇଁ ଶକ୍ତି ଓ ସାମର୍ଥ୍ୟ ପରଖିବାର ସୁଯୋଗ ରହିବ।
/sambad/media/post_attachments/wp-content/uploads/2018/02/team-india_650x400_51518539672-300x185.jpg)
କାରଣ ଉଭୟ ଇଂଲଣ୍ଡ ଓ ଭାରତ ଏବେ ଆଇସିସି ଦିନିକିଆ ମାନ୍ୟତାରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେଣୁ ଆଇସିସି ମାନ୍ୟତାର ଏହି ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଦିନିକିଆ ଶୃଙ୍ଖଳା ନିଶ୍ଚିତ ରୋମାଞ୍ଚକର ହେବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ରଖିଛନ୍ତି। ୨୦୧୫ ବିଶ୍ୱକପ୍ ପରଠୁ ଇଂଲଣ୍ଡ ୬୯ ମ୍ୟାଚ୍ରୁ ୪୬ ଜିତି ୧୯ ହାରିଥିଲା ବେଳେ ସମାନ ସମୟ ମଧ୍ୟରେ ଭାରତ ୩୯ ମ୍ୟାଚ୍ ଜିତି ୧୯ରେ ପରାସ୍ତ ହୋଇଛି। ହେଲେ ଦିନିକିଆରେ ଇଂଲଣ୍ଡ ବୋଲରଙ୍କ ତୁଳନାରେ ଭାରତୀୟ ବୋଲରଙ୍କ ଉନ୍ନତ ପ୍ରଦର୍ଶନ ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/6-Virat-Kohli-and-Eoin-Morgan-1.jpg)