ଲଡର୍ସ ଦିନିକିଆରେ ଭାରତ ପରାସ୍ତ, ଇଂଲଣ୍ଡ ୮୬ ରନ୍‌ରେ ବିଜୟୀ, ୧-୧ରେ ଶୃଙ୍ଖଳା

ଲଣ୍ଡନ: ଦ୍ୱିତୀୟ ଦିନିକିଆରେ ଭାରତକୁ ଇଂଲଣ୍ଡ ୮୬ ରନ୍‌ରେ ପରାସ୍ତ କରିଛି। ଫଳରେ ଚଳିତ ଶୃଙ୍ଖଳା ୧-୧ରେ ପହଞ୍ଚିଛି। ୩ ମ୍ୟାଚର ଶୃଙ୍ଖଳାର ଶେଷ ମୁକାବିଲା ଖେଳାଯିବାକୁ ବାକି ଅଛି। ୩୨୩ ରନ୍‌ ଲକ୍ଷ୍ୟ ନେଇ ୨ୟ ପାଳି ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୩୬ ରନ୍‌ ସଂଗ୍ରହ କରିଛି।

ଭାରତ ପ୍ରଥମ ଓ୍ଵିକେଟ୍‌ ପାଇଁ ଭଲ ଖେଳିଥିଲା। ୪୯ ରନ୍‌ରେ ଓପନର ରୋହିତ ଶର୍ମା(୧୫) ଆଉଟ ହେଇଥିଲେ। ଦଳୀୟ ସ୍କୋର ୫୭ ରନ୍‌ରେ ଶିଖର ଧାଓ୍ଵନ(୩୬) ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସେହିପରି ଇଂଲଣ୍ଡର ୩ୟ ଶିକାର ହୋଇଥିଲେ ଲୋକେଶ ରାହୁଲ(୦)। ସେତେବେଳକୁ ସ୍କୋର ୧୦.୫ ଓଭରରେ ୬୦ ରନ୍‌ ଥିଲା। ଚତୁର୍ଥ ଓ୍ଵିକେଟ୍‌ରେ ଅଧିନାୟକ ବିରାଟ କୋହଲି ଓ ସୁରେଶ ରାଇନା ୮୦ ରନ୍‌ ଭାଗିଦାରୀ ହୋଇପାରିଥିଲେ। କୋହଲି (୪୫) ଆଉଟ ହୋଇ ପାଭଲିଅନ୍‌ ଫେରିବା ବେଳକୁ ସ୍କୋର ୧୪୦ରେ ପହଞ୍ଚି ଥିଲା। ଭାରତ ୫ମ ଓ୍ଵିକେଟ୍‌ ଭାବରେ ସୁରେଶ ରାଇନା(୪୬)ଙ୍କୁ ହରାଇ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୨ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିବା ପରେ ଲିଆମ ପ୍ଲକେଟଙ୍କ ବଲ ଜୋସ୍‌ ବଟଲରଙ୍କୁ କ୍ୟାଚ ଦେଇଥିଲେ। ଭାରତର ୧୯୨ ରନ୍‌ ଇଂଲଣ୍ଡର ଶିକାର ହୋଇଥିଲେ ଉମେଶ ଯାଦବ(୦)। ସେ ଆଦିଲ ରସିଦଙ୍କ ବଲକୁ ସେ ଜୋସ ବଟଲରଙ୍କୁ ଦେଇଥିଲେ। ଇଂଲଣ୍ଡର ୮ମ ଶିକାର ମହେନ୍ଦ୍ର ସିଂହ ଧୋନି (୩୬ ରନ୍‌) ହୋଇଥିବା ବେଳେ ଭାରତ ୯ମ ଓ୍ଵିକେଟ୍‌ ଭାବରେ ସିଦ୍ଧାର୍ଥ କାଉଲ(୬)

ପ୍ରଥମ ଇନିଂସରେ ଜୋଏ ରୁଟ ଅପରାଜିତ ଶତକ(୧୧୩ ରନ୍‌, ୧୧୬ ବଲ୍‌, ୮ ଚୌପା, ୧ ଛକା), ଡେଭିଡ େଓ୍ଵଲି(୫୦ ରନ୍‌, ୩୧ ବଲ, ୫ ଚୌକା, ୧ ଛକା) ଓ ଇଅନ ମୋର୍ଗାନ(୫୩ ରନ୍‌, ୫୧ ବଲ୍‌, ୪ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୩୨୨ ରନ୍‌ ସଂଗ୍ରହ କରିଥିଲେ। ଫଳରେ ଭାରତକୁ ୩୨୩ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା।

ଲଣ୍ଡନର ଲଡର୍ସ ଷ୍ଟାଡିୟମରେ ଶନିବାର ଜାରି ରହିଥିବା ୨ୟ ଦିନିକିଆରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନ୍‌ର ଜସନ୍‌ ରାୟ ଓ ଜନି ବେୟାରଷ୍ଟୋ ପ୍ରଥମ ଓ୍ଵିକେଟ୍‌ ପାଇଁ ୧୦.୨ ଓଭରରେ ୬୯ ରନ୍‌ ଯୋଡ଼ିଥିଲେ। ବେୟାରଷ୍ଟୋ ୩୧ଟି ବଲ ଖେଳି ୩୮ ରନ୍‌ ସଂଗ୍ରହ କରିବା ପରେ ଭାରତର କୁଲଦୀପ ଯାଦବଙ୍କ ଦ୍ୱାରା ବୋଲଡ୍‌ ହୋଇଥିଲେ। ସ୍କୋର ୮୬ ରନ୍‌ ଥିବା ବେଳେ ଇଂଲଣ୍ଡ ଜସନ୍‌ ରାୟ(୪୦ ରନ୍‌)ଙ୍କୁ ହରାଇ ଥିଲା। ସେ କୁଲଦୀପ ଯାଦବଙ୍କ ବଲ୍‌ ଉମେଶ ଯାଦବଙ୍କୁ ଦେଇ ପାଭଲିଅନ୍‌ ଫେରିଥିଲେ। ତୃତୀୟ ଓ୍ଵିକେଟ୍‌ ପାଇଁ ଜୋଏ ରୁଟ୍‌ ଓ ଅଧିନାୟକ ଇଅନ୍‌ ମୋର୍ଗାନ ଶତକୀୟ ଭାଗିଦାରୀ(୧୦୩ ରନ୍‌) ହୋଇ ପାରିଥିଲେ। ମୋର୍ଗାନ ଅର୍ଦ୍ଧଶତକ(୫୩ ରନ୍‌) ଯୋଡ଼ିବା ପରେ କୁଲଦୀପ ଯାଦବଙ୍କ ବଲ ଶିଖର ଧାଓ୍ଵନ୍‌ଙ୍କୁ କ୍ୟାଚ ଦେଇଥିଲେ।

ଇଂଲଣ୍ଡ ୨୦୩ ରନ୍‌ରେ ବେନ୍‌ ଷ୍ଟୋକଙ୍କୁ, ୨୧୪ ରନ୍‌ରେ ଜୋସ୍‌ ବଟଲର, ୨୩୯ ରନ୍‌ରେ ମୋଇନ୍‌ ଅଲ୍ଲୀଙ୍କୁ ହରାଇଥିଲା। ଷ୍ଟୋକ୍‌ ୮ଟି ବଲ ଖେଲି ୫ ରନ୍‌ ଯୋଡ଼ିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ବଟଲର୍‌ ୪ ରନ୍‌ କରି ଉମେଶ ଯାଦବଙ୍କ ବଳ ଧୋନିଙ୍କୁ କ୍ୟାଚ ଦେଇ ପାଭଲିଅନ୍‌ ଫେରିଥିବା ବେଳେ ମୋଇନ ଅଲ୍ଲୀ ୧୩ ରନ୍‌ ଯୋଡ଼ିବା ପରେ ୟୁଜବେନ୍ଦ୍ର ଚହଲଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର