କଟକ: ଆଉ ମାତ୍ର କେଇ ମିନିଟର ଅପେକ୍ଷା । ବାସ୍ ତାପରେ ବାରବାଟୀ ମୈଦାନରେ ଚାଲିବ ବଡ ମୁକାବିଲା । ଦୁଇ ଦଳ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିବ ୨ୟ ଦିନିକିଆ ଟକ୍କର । ମ୍ୟାଚ ଦେଖିବାକୁ ଦର୍ଶକ ଉତ୍ସାହିତ ଥିବା ବେଳେ ଗ୍ୟାଲେରୀରେ ଖେଳ ଆରମ୍ଭକୁ ଅପେକ୍ଷା କରିଛନ୍ତି । କେତେବେଳେ ଖେଳ ଆରମ୍ଭ ହେବ ଆଉ ପଡିଆରେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବେ ଦର୍ଶକ । ସେ ସମୟକୁ ଗ୍ୟାଲେରୀରେ ବସି ଅପେକ୍ଷା କରିଛନ୍ତି ।
ତେବେ ବାରବାଟୀ ଷ୍ଟାଡିୟମର ଗେଟ ଦେଇ ଦର୍ଶକଙ୍କୁ ଷ୍ଟାଡିୟମ ଗ୍ୟାଲେରିକୁ ଛଡାଯାଇଛି । ଲୋକେ ବହୁ ସମୟ ଅପେକ୍ଷା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରି ନିଜ ନିଜର ସିଟ୍ ଅକ୍ତିଆର କରିସାରିଛନ୍ତି ।
ଏପଟେ ଦୁଇ ଦଳର ଖେଳାଳି ସ୍ବତନ୍ତ୍ର ବସରେ ଭୁବନେଶ୍ବରରୁ ବାହାରି କଟକ ବାରବାଟୀରେ ପହଞ୍ଚିଛନ୍ତି । କଡା ସୁରକ୍ଷା ମଧ୍ୟରେ ଦୁଇ ଦଳର ଖେଳାଳି ଷ୍ଟାଡିୟମରେ ପହଞ୍ଚି ମ୍ୟାଚ୍ ପାଇଁ ପ୍ରସ୍ତୁତ ଅଛନ୍ତି । ଏବଂ ଟସ୍ ପଡିବାକୁ ଅପେକ୍ଷା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/09/Q2MsO6xmmkvp0hNNoSfH.jpg)