ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମଠାରେ ଆଜିଠାରୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମାତ୍ର ୮୮ ରନରେ ଦଳର ୬ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଛନ୍ତି ।

Advertisment

ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ୨ଟି ଓ୍ବିକେଟ ହରାଇଥିଲା ।  ଡୋମିନିକ ସିବଲି ଓ ଜନି ବେୟାରଷ୍ଟୋ ନିଜର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ପରେ ଓପନର ଜାକ୍ କ୍ରାଇଲି ଓ ଅଧିନାୟକ ଜୋ ରୁଟ୍ ସତର୍କତାର ସହ ବ୍ୟାଟିଂ କରିବା ସହ ଦଳକୁ ବିପଦରୁ ଉଦ୍ଧାର କରିଥିଲେ । କ୍ରାଉଲି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ରୁଟ୍ ମାତ୍ର ୧୭ ରନ କରି ଆଉଟ ହେବା ପରେ କ୍ରାଇଲି ବି ୫୩ ରନ କରି ଆଉଟ ହୋଇଯାଇଥିଲେ।  ପରେ ପରେ ବେନ ଷ୍ଟୋକ୍ସ ୬ରନ ଓ  ଓଲି ପୋପ ବି ମାତ୍ର ୧ ରନରେ ଆଉଟ ହୋଇଯାଇଥିଲେ । ଫଳରେ ଦଳ ଗଭୀର ସଂକଟ ମଧ୍ୟକୁ ଠେଲି ହୋଇଯାଇଛି । ଏବେ କ୍ରିଜରେ ବେନ ଫୋକ୍ସଙ୍କ ସହ ଜୋଫ୍ରା ଆର୍ଚର ଅଛନ୍ତି ।

ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି, ରବିଚନ୍ଦ୍ରନ ଅଶ୍ବୀନ ୨ଟି  ଏବଂ ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଏହି ସିରିଜର ପ୍ରଥମ ଟେଷ୍ଟରେ ଇଂଲାଣ୍ଡ ଭାରତକୁ ହରାଇଥିବାବେଳେ ୨ୟ ଟେଷ୍ଟରେ ଭାରତ ଇଂଲାଣ୍ଡକୁ ପରାସ୍ତ କରିଥିଲା । ଫଳରେ ସିରିଜ ଏବେ ୧-୧ ରେ  ରହିଛି ।