ନଟିଂହାମ ଟେଷ୍ଟ: କୋହଲି-ରାହାଣେଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୩/୧୮୧

ନଟିଂହାମ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲା ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ପଡ଼ିଆରେ ଖେଳ ଜାରି ରହିଛି। କୋହଲି ୭୫ ବଲ ଖେଳି ତାଙ୍କ କ୍ୟାରିୟରର ୧୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିଭଳି ଆଜିଙ୍କ୍ୟ ରାହାଣେ ୭୭ଟି ବଲ ଖେଳି ୧୩ତମ ଅର୍ଦ୍ଧଶତକ ମାରିଛନ୍ତି।

ଆରମ୍ଭରୁ ଭାରତ ଭଲ ବ୍ୟାଟିଂ କରିଥିଲା। ଶିଖର ଧାୱନ ୩୫ ରନ୍‌ ଦଳ ପାଇଁ ଯୋଡ଼ିବା ପରେ କ୍ରିସ୍‌ ୱକସ୍‌ଙ୍କ ବଲ ଜୋସ ବଟଲରଙ୍କୁ କ୍ୟାଚ ଦେଇଥିଲେ। ସେହିପରି ଲୋକେଶ ରାହୁଲ(୨୩) କ୍ରିସ ୱକସ୍‌ଙ୍କ ଦ୍ବାରା ଏଲବିଡବ୍ଲୁ ହୋଇ ପାଭଲିଅନ ଫେରିଥିଲେ। କ୍ରିସ୍‌ ୱକସ୍‌ଙ୍କ ବଲ ଆଦିଲ ରସିଦଙ୍କୁ କ୍ୟାଚ ଦେଇ ଚେତେଶ୍ବର ପୂଜାରା(୧୪) ଆଉଟ ହୋଇଥିଲେ। ଭାରତ ୬୦ ରନରେ ଧାୱନ, ୬୫ ରନରେ ଲୋକେଶ ଓ ୮୨ ରନରେ ଚେତେଶ୍ବର ପୂଜାରାଙ୍କୁ ହରାଇଥିଲା।

ଟସ୍‌ ହାରି ଭାରତ ପ୍ରଥମେ ‌ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ୫୨ ଓଭରରେ କୌଣସି ୱିକେଟ ନହରାଇ ୧୮୧ ରନ୍‌ ସଂଗ୍ରହ କରିଛି।

ଟିମ୍‌ ଇଣ୍ଡିଆରେ ୩ଟି ପ୍ରମୁଖ ପରିବର୍ତ୍ତନ ହୋଇଛି। ମୁରଲୀ ବିଜୟ, ଦିନେଶ କାର୍ତ୍ତିକ ଓ କୁଲଦୀପ ଯାଦବ ପ୍ଲେଇଙ୍ଗ୍‌ ଏକାଦଶ ବାହାର ହୋଇଥିବା ବେଳେ ଶିଖର ଧାୱନ, ଋଷଭ ପନ୍ଥ ଓ ଜସପ୍ରୀତ ବୁମରାଙ୍କୁ ସାମିଲ କରାଯାଇଛି।

ସେହିଭଳି ଇଂଲଣ୍ଡ ଟିମ୍‌ରେ ପ୍ଲେଇଙ୍ଗ ଇଲେଭେନରେ ମଧ୍ୟ ଏକ ପରିବର୍ତ୍ତନ ହୋଇଛି। ସାମ କୁରେନଙ୍କ ସ୍ଥାନରେ ବେନ ଷ୍ଟୋକସ୍‌ଙ୍କୁ ସ୍ଥାନ ମିିଳଛି। ଋଷଭ ପନ୍ଥ ଏହି ମ୍ୟାଚରେ ପଦାର୍ପଣ କରିଛନ୍ତି। ତାଙ୍କୁ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ୟାପ ଦେଇଛନ୍ତି। ପନ୍ଥ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବାରେ ୨୯୧ତମ ଖେଳାଳି ଅଟନ୍ତି।

ସମ୍ବନ୍ଧିତ ଖବର