୪ର୍ଥ ଟେଷ୍ଟ : ଭାରତୀୟ ବୋଲରଙ୍କ ଘାତକ ବୋଲିଂ, ଇଂଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଲଣ୍ଡନ : ସାଉଥହମ୍ପଟନଠାରେ ଚାଲିଥିବା ଭାରତ-ଇଂଲାଣ୍ଡ ୪ର୍ଥ ଟେଷ୍ଟରେ ଇଂଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଜସପ୍ରିତ ବୁମରା ଓ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଆଗରେ ଇଂଲାଣ୍ଡ ମାତ୍ର ୧୦୯ ରନରେ ୬ ଟି ଓ୍ଵିକେଟ ହରାଇ ସଂଘର୍ଷ କରୁଛି । ଇଂନିସ ଆରମ୍ଭରୁ ହିଁ ଇଂଲାଣ୍ଡ ଓପନର କିଟନ ଜେନିଂସଙ୍କୁ ହରାଇ ଥିଲା । ଏହା ପରେ ଦଳ ନିୟମିତ ଭାବରେ ଓ୍ଵିକେଟ ହରାଇ ଚାଲିଥିଲା । ଭାରତ ପକ୍ଷରୁ ବୁମରା ମାତ୍ର ୧୧ ରନ ଦେଇ ୨ଟି ଓ୍ଵିକେଟ ନେଇଥିବାବେଳେ ସମ୍ମି ୧୨ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ । ସେହିପରି ଇଶାନ୍ତ ଶର୍ମା ଓ ହାର୍ଦିକ ପାଣ୍ଡ୍ୟା ୧ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଇଂଲାଣ୍ଡ ୬ ଓ୍ଵିକେଟରେ ୧୨୨ ରନ କରିଛି । କ୍ରିଜରେ ଏବେ ମୋଇନ ଅଲି ଓ ସାମ କୁରାନ ବ୍ୟାଟିଂ କରୁଛନ୍ତି ।

ସମ୍ବନ୍ଧିତ ଖବର