ବର୍ମିଂହାମ୍: ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ଏଇ ମାତ୍ର ଆରମ୍ଭ ହୋଇଛି। ବିବାଦୀୟ ଘଟଣା ନ ହେଲେ ବି ଅଧିନାୟକ ବିରାଟ କୋହଲିଙ୍କ ଆଚରଣ ଚର୍ଚାକୁ ଆସିଛି। ବୁଧବାର ପ୍ରଥମ ଦିବସରେ ପ୍ରତିପକ୍ଷ ଅଧିନାୟକ ଜୋ ରୁଟ୍ଙ୍କୁ ରନ୍ ଆଉଟ୍ କରିବା ପରେ ସେ ଦେଖାଇଥିବା ଇଙ୍ଗିତକୁ ନେଇ ଏହି ଚର୍ଚା ଆରମ୍ଭ ହୋଇଛି। ଏହା ଗତ ଦିନିକିଆ ଶୃଙ୍ଖଳା ବେଳେ ରୁଟ୍ଙ୍କ ଆଚରଣର ଠିକଣା ଜବାବ ହୋଇଥିବାରୁ ଏହାକୁ କୋହଲିଙ୍କ ଯେସାକୁ ତେସା ନୀତି କୁହାଯାଉଛି। ହେଡିଙ୍ଗ୍ଲେ ଦିନିକିଆରେ ରୁଟ୍ ଶତକ ହାସଲ କରିବା ପରେ ବ୍ୟାଟ୍କୁ ହାତରୁ ଖସାଇ ରାପରଙ୍କ ଢ଼ଙ୍ଗରେ ‘ମାଇକ୍ ଡ୍ରପ୍’ ପରିକଳ୍ପନା ଦେଖାଇଥିଲେ। କୋହଲି ବୁଧବାର ତାଙ୍କୁ ରନ୍ ଆଉଟ୍ କରିବା ପରେ ଅନୁରୂପ ଭାବେ ‘ମାଇକ୍ ଡ୍ରପ୍’ ଚିତ୍ରଣ କରିଥିଲେ ନିଜ ହାତ ଢ଼ଙ୍ଗ ଜରିଆରେ। ଗୁରୁବାର ଦ୍ୱିତୀୟ ଦିନ ଖେଳ ପୂର୍ବରୁ କିନ୍ତୁ ରୁଟ୍ କହିଛନ୍ତି କୋହଲିଙ୍କ ଏହି ଆଚରଣ ଏଇ ମାତ୍ର ଆରମ୍ଭ ଟେଷ୍ଟ୍ ଶୃଙ୍ଖଳାରେ ଆଗକୁ ଅଧିକରୁ ଅଧିକ ମସଲା ଯୋଡ଼ିବ। ଶୃଙ୍ଖଳା କ୍ରମେ ମଜାଦାର ଓ ହାସ୍ୟାସ୍ପଦ ହେବ ବୋଲି ରୁଟ୍ କହିଛନ୍ତି। ଏହା ଟେଷ୍ଟ୍ ଶୃଙ୍ଖଳାରେ ମନୋରଂଜନ ଭରିଦେବ ବୋଲି ମଧ୍ୟ ରୁଟ୍ କହିଛନ୍ତି। ପରୋକ୍ଷରେ ଏଭଳି ଇଙ୍ଗିତ କିନ୍ତୁ ପରସ୍ପରକୁ ଚିଡ଼ାଇବା ତଥା ପ୍ରତିଶୋଧ ନେବା ଭଳି ଆଚରଣକୁ ଚିତ୍ରିତ କରୁଛି ବୋଲି ପ୍ରଶଂସକମାନେ ସେମାନଙ୍କ ନଜରରେ ଦେଖୁଛନ୍ତି।
ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା, ଯେସାକୁ ତେସା
/sambad/media/post_attachments/wp-content/uploads/2018/08/1-Virat-Kohli-celebrates-after-taking-the-wicket-of-Englands-Joe-Root..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)