ବିଶାଖାପାଟଣା: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଆଜି ଜାରି ରହିଛି। ଉଭୟ ଟିମ୍ ବିଶାଖାପାଟଣାସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କ୍ବିୱି ଦଳ ବ୍ୟାଟିଂ କରିବାକୁ ପଡ଼ିଆରେ ଓହ୍ଲାଇଥିଲା। ଅତିଥି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୧୫ ରନ୍ କରିଛି। ଫଳରେ ଭାରତ ଏହି ମ୍ୟାଚ୍ ବିଜୟ ପାଇଁ ୨୧୬ ରନ୍ ଦରକାର କରୁଛି।
/filters:format(webp)/sambad/media/media_files/2026/01/28/screenshot-2026-01-28-204902-2026-01-28-20-49-29.jpg)
ଦଳ ପକ୍ଷରୁ ଟିମ୍ ସିଫର୍ଟ ସର୍ବାଧିକ ୩୬ ବଲରୁ ୭ ଚୌକା ଏବଂ ୩ ଛକା ସହାୟତାରେ ୬୨ ରନ କରିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଅର୍ଶଦୀପ ସିଂହ ଏବଂ କୁଲଦୀପ ଯାଦବ ସର୍ବାଧିକ ୨ ୱିକେଟ୍ ନେଇଥିଲେ। ନ୍ୟୁଜିଲାଣ୍ଡ ମାତ୍ର ୮.୧ ଓଭରରେ ୧୦୦ ରନରେ ପହଞ୍ଚିଥିଲା। ଏହା ପରେ ଲାଗୁଥିଲା ଯେ କିୱିମାନେ ସହଜରେ ୨୫୦ ରନ୍ ସ୍କୋର କରିପାରିବେ। କିନ୍ତୁ ତା'ପରେ ଭାରତୀୟ ବୋଲରମାନେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/28/screenshot-2026-01-28-203722-2026-01-28-20-39-11.jpg)