ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍-୨୦୨୬ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱେଙ୍ଖେଡେ ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲା ଫାଇନାଲ ଟିକେଟ୍ ପାଇଁ ହୋଇଛି। ଆଜିର ବିଜେତା ଦୁଇ ଦିନ ପରେ ଅର୍ଥାତ ଆସନ୍ତା ୮ ତାରିଖ ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ସେମିଫାଇନାଲ ମ୍ୟାଚରେ ପରାସ୍ତ କରିଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ଏହି କାରଣରୁ ମାୟା ନଗରୀ ମୁମ୍ବାଇରେ ସୂର୍ଯ୍ୟକୁମାରଙ୍କ ବାହିନୀ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ରଣନୀତି ପ୍ରସ୍ତୁତ କରିଛି। ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି।
ଭାରତୀୟ ଟିମ୍କୁ ଟି୨୦ ବିଶ୍ବକପ୍ରେ ଖେଳିଥିବା ୫ଟି ମ୍ୟାଚ୍ ମଧ୍ୟରୁ ୩ଟିରେ ବିଜୟ ମିଳିଛି। ଟିମ୍କୁ ୨୦୧୬ରେ ୱେଷ୍ଟଇଣ୍ଡିଜ ଏବଂ ୨୦୨୨ରେ ଇଂଲଣ୍ଡ ଠାରୁ ପରାଜୟ ମିଳିଥିଲା। ଟିମ୍ ତିନି ଥର ଫାଇନାଲରେ ପହଞ୍ଚି ୨ଥର ଚାମ୍ପିଅନ ହୋଇଥିଲା। ୨୦୦୭ରେ ପାକିସ୍ତାନ ଏବଂ ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଥିଲା। କିନ୍ତୁ ୨୦୧୪ରେ ଭାରତକୁ ଫାଇନାଲରେ ଶ୍ରୀଲଙ୍କା ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।
ଭାରତର ପ୍ରଦର୍ଶନ ଏକ ନଜର
- ୨୦୦୭: ଅଷ୍ଟ୍ରେଲିଆକୁ ୭ ରନ୍ ପରାସ୍ତ କରିଥିଲା
- ୨୦୧୪ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଥିଲା
- ୨୦୧୬ରେ ୱେଷ୍ଟଇଣ୍ଡିଜ ଠାରୁ ୭ୱିକେଟ୍ରେ ପରାସ୍ତ
- ୨୦୨୨ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍ରେ ପରାସ୍ତ
- ୨୦୧୪ରେ ଇଂଲଣ୍ଡକୁ ୬୮ ରନ୍ରେ ହରାଇଥିଲା
ଭାରତ ଭଳି ଇଂଲଣ୍ଡର ରେକର୍ଡ
ଇଂଲଣ୍ଡକୁ ଭାରତ ଭଳି ଟି୨୦ ବିଶ୍ବକପର ସେମିଫାଇନାଲରେ ୩ଟି ବିଜୟ ଏବଂ ୨ଟି ପରାଜୟ ମିଳିଛି। ଟିମ୍ ୨୦୨୧ ଏବଂ ୨୦୨୪ରେ ପରାସ୍ତ ହୋଇଥିଲା। ୨୦୨୪ରେ ଭାରତ ଠାରୁ ଇଂଲଣ୍ଡ ପରାଜିତ ହୋଇଥିଲା। ୩ଥର ଫାଇନାଲ ପହଞ୍ଚି ଥିବା ଇଂଲଣ୍ଡ ଟିମ୍ ୨୦୧୦ ଏବଂ ୨୦୨୨ରେ ଚାମ୍ପିଅନ ହୋଇଥିଲା ବେଳେ ୨୦୧୬ରେ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଥିଲା।
- ୨୦୧୦: ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଥିଲା
- ୨୦୧୬: ନ୍ୟୁଜିଲାଣ୍ଡକୁ ୭ ୱିକେଟ୍ରେ ହରାଇଥିଲା
- ୨୦୨୧: ନ୍ୟୁଜିଲାଣ୍ଡ ଠାରୁ ୫ ୱିକେଟ୍ରେ ପରାସ୍ତ
- ୨୦୨୨: ଭାରତକୁ ୧୦ ୱିକେଟ୍ରେ ହରାଇଲା
- ୨୦୨୪: ଭାରତ ଠାରୁ ୬୮ ରନ୍ରେ ପରାସ୍ତ
ଚଳିତ ଟି୨୦ ବିଶ୍ବକପ୍ରେ ଭାରତ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ମୁକାବିଲାରେ ବିଜୟ ମିଳିଛି। ଇଂଲଣ୍ଡ ମଧ୍ୟ ୭ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଛି। ଟି୨୦ ବିଶ୍ବକପ୍ରେ ଭାରତ ମୋଟ ୫୯ଟି ମ୍ୟାଚ୍ ଖେଳିଛି। ଟିମ୍କୁ ୪୨ଟିରେ ବିଜୟ ମିଳିଥିଲା ବେଳେ ୧୬ଟିରେ ପରାସ୍ତ ହୋଇଛି। ଅନ୍ୟପଟରେ ୫୯ଟି ମ୍ୟାଚ୍ ଖେଳିଛି। ଏଥିରୁ ୩୪ଟିରେ ବିଜୟୀ ହୋଇଥିଲା ବେଳେ ୨୩ଟିରେ ପରାଜିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/05/india-and-england-2026-03-05-18-23-26.jpg)