ହିଲେରଡ୍ (ଡେନ୍ମାର୍କ): ଭାରତୀୟ ଡେଭିସ୍ କପ୍ ଦଳ ୨୦୧୯ରୁ ଆରମ୍ଭ ହୋଇଥିବା ନୂଆ ଫର୍ମାଟ୍ରେ ପ୍ରଥମ ଥର ଲାଗି ବିଶ୍ବ ଗ୍ରୁପ୍-୨କୁ ଖସିଛି। ଦୁଇ ଦିନ ଧରି ଡେନ୍ମାର୍କରେ ଖେଳାଯାଇଥିବା ଗ୍ରୁପ୍-୧ ମୁକାବିଲାରେ ଭାରତ ୨-୩ରେ ଘରୋଇ ଦଳଠୁ ହାରିଯିବାରୁ ଏହି ଅବନତି ହୋଇଛି। ବିଶ୍ବର ୯ ନମ୍ବର ହୋଲ୍ଗର ରୁନେ ଉଭୟ ଏକକ ଓ ଯୁଗଳରେ ୩ଟି ଯାକ ମ୍ୟାଚ୍ ଜିତି ଭାରତ ପରାଜୟର କାରଣ ହୋଇଥିଲେ।
ପ୍ରଥମ ଦିନ ସ୍ଥିତି ୧-୧ରେ ରହିଥିଲା ବେଳେ ଶନିବାର ଯୁଗଳରେ ୟୁକି ଭାମ୍ବ୍ରି ଓ ରୋହନ ବୋପାନ୍ନା ୨-୬, ୪-୬ ସେଟ୍ରେ ଘରୋଇ ଯୋଡ଼ି ରୁନେ ଓ ଜୋହାନିଜ୍ ଇଙ୍ଗିଲସେନ୍ଙ୍କଠୁ ହାରିଯାଇଥିଲେ। ପାଲଟା ଏକକରେ ରୁନେ ୫-୭, ୩-୬ରେ ସୁମିତ ନଗଲଙ୍କୁ ହରାଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ତେବେ ଦ୍ବିତୀୟ ପାଲଟା ଏକକରେ ପ୍ରଜ୍ଞେଶ ଗୁଣେଶ୍ବରନ ୬-୪, ୭-୬ ସେଟ୍ରେ ଏଲ୍ମର ମୋଏଲରଙ୍କୁ ହରାଇ ପରାଜୟ ବ୍ୟବଧାନକୁ କମାଇଥିଲେ। ପ୍ରଥମ ଦିନରେ ନଗଲ ୬-୪, ୬-୩, ୬-୪ ସେଟ୍ରେ ଅଗଷ୍ଟ ହୋଲମଗ୍ରେନ୍ଙ୍କୁ ହରାଇଥିଲା ବେଳେ ଭାମ୍ବ୍ରି ୨-୬, ୨-୬ ସେଟ୍ରେ ରୁନେଙ୍କଠୁ ପରାସ୍ତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/5sf4h65fh465fh4shf.jpg)