ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ରେ ଆୟୋଜିତ ହେବାକୁ ଯାଉଛି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍। ଏହି ୧୦ ଦଳୀୟ ପ୍ରତିଯୋଗିତାରେ ଭାରତ ଗ୍ରୁପ୍-ବିରେ ନ୍ୟୁଜିଲାଣ୍ଡ୍, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆୟର୍ଲାଣ୍ଡ୍ ସହ ରହିଥିଲା ବେଳେ ଗ୍ରୁପ୍-ଏରେ ରହିଛନ୍ତି ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଇଂଲଣ୍ଡ, ଶ୍ରୀଲଙ୍କା ଓ ଆୟୋଜକ ୱେଷ୍ଟଇଣ୍ଡିଜ୍। ଭାରତୀୟ ମହିଳା ଦଳ ୯ ତାରିଖ ଦିନ ଗାଏନାରେ ନ୍ୟୁଜିଲାଣ୍ଡ୍କୁ ଭେଟି ଅଭିଯାନ ଆରମ୍ଭ କରିବ। ଅବଶ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ତା’ର ସମସ୍ତ ମ୍ୟାଚ୍ ଗାଏନାରେ ହିଁ ଖେଳିବ। ସେହିଦିନ ମଧ୍ୟ ଆୟୋଜକ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ଅନ୍ୟ ଏକ ମ୍ୟାଚ୍ରେ ମୁହାଁମୁହିଁ ହେବେ। ପରେ ଭାରତ ୧୧ ତାରିଖରେ ପାକିସ୍ତାନକୁ, ୧୫ ତାରିଖରେ ଆୟର୍ଲାଣ୍ଡ୍କୁ ଏବଂ ୧୭ ତାରିଖରେ ଅଷ୍ଟ୍ରେଲିଆ ସହ ଖେଳି ଗ୍ରୁପ୍ ପର୍ଯ୍ୟାୟ ଶେଷ କରିବ। ନଭେମ୍ବର ୨୩ରେ ସେମିଫାଇନାଲ୍ ଏବଂ ୨୫ରେ ଫାଇନାଲ୍ ମ୍ୟାଚ୍ ଖେଳାଯାଇ ବିଶ୍ବକପ୍ର ପରିସମାପ୍ତି ଘଟିବ। ଭାରତୀୟ ଦଳ ଏହି ବିଶ୍ବକପ୍ରେ ଦମ୍ଦାର ପ୍ରଦର୍ଶନ କରିବ ବୋଲି ୱେଷ୍ଟଇଣ୍ଡିଜ୍ ଅଭିମୁଖେ ଦେଶ ଛାଡ଼ିବା ପୂର୍ବରୁ ଦଳର ପ୍ରଶିକ୍ଷକ ରମେଶ ପାୱାର କହିଛନ୍ତି। ଭାରତୀୟ ମହିଳା କ୍ରିକେଟର୍ମାନେ ଯେ ନୃତ୍ୟରେ ପାରଙ୍ଗମ ତାହା କେତେକ ଖେଳାଳି ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ପ୍ରଦର୍ଶନ କରି ମନ ତାଜା କରିଛନ୍ତି।ଏହା ପୂର୍ବରୁ ମନ ପ୍ରଫୁଲ୍ଲ ରଖିବା ପାଇଁ କେତେକ ଖେଳାଳି ନିଜ ନିଜର ନୃତ୍ୟ ପ୍ରତି ଥିବା ମୋହକୁ ପ୍ରଦର୍ଶନ କରିଛନ୍ତି। ଏଭଳି ଏକ ନୃତ୍ୟ ପ୍ରଦଶର୍ନର ଛବିକୁ ଆଇସିସିର ଅଫିସିଆଲ୍ ଟ୍ବିଟରରେ ଦେଖିବାକୁ ମିଳିଛି। ସେଥିରେ ଭାରତୀୟ ଦଳର ପ୍ରମୁଖ ଖେଳାଳି ତଥା ଅଧିନାୟିକା ହର୍ମନ୍ପ୍ରୀତ୍ କୌର, ଉପଅଧିନାୟିକା ତଥା ପ୍ରାରମ୍ଭିକ ବ୍ୟାଟର୍ ସ୍ମୃତି ମନ୍ଧାନା, ଅଲ୍ରାଉଣ୍ଡର ଭେଡା କୃଷ୍ଣମୂର୍ତ୍ତି ଏବଂ ଯୁବା ଖେଳାଳି ଜେମିମା ରୋଦ୍ରିଗୁଏଜ୍ ନିଜ ନିଜର ନୃତ୍ୟ ପରିପାଟୀରେ ଦକ୍ଷତା ପ୍ରଦର୍ଶନ କରିଛନ୍ତି।
ଭାରତୀୟ ଦଳ: ହର୍ମନ୍ପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ମିତାଲି ରାଜ, ଜେମିମା ରୋଦ୍ରିଗୁଏଜ୍, ଭେଡା କୃଷ୍ଣମୂର୍ତ୍ତି, ଦୀପ୍ତି ଶର୍ମା, ତାନ୍ୟା ଭାଟିଆ, (ୱିକେଟ୍ରକ୍ଷିକ), ପୂନମ୍ ଯାଦବ, ରାଧା ଯାଦବ, ଅନୁଜା ପାଟିଲ, ଏକ୍ତା ବିସ୍ତ୍, ଡେ ହେମଲତା, ମାନସୀ ଜୋଷୀ, ପୂଜା ଭସ୍ତ୍ରକାର ଓ ଅରୁନ୍ଧତୀ ରେଡ୍ଡୀ।
ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ନ୍ୟୁଜିଲାଣ୍ଡ୍
ନାଚରେ ମାତିଲେ ଭାରତୀୟ ଖେଳାଳି
/sambad/media/post_attachments/wp-content/uploads/2018/11/indian-women-cricket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)