ନୂଆଦିଲ୍ଲୀ: ଏସୀୟ କପ୍ ଫୁଟ୍ବଲ୍ ଯୋଗ୍ୟତା ପର୍ଯ୍ୟାୟ ଦଳରୁ ଭାରତର ସବୁଠୁ ଅଧିକ ମ୍ୟାଚ୍ ଖେଳିଥିବା ଗୋଲ୍ରକ୍ଷକ ସୁବ୍ରତ ପଲ୍ଙ୍କୁ ବାଦ୍ ଦିଆଯାଇଛି। ଆସନ୍ତା ୨୭ ତାରିଖରେ କିର୍ଗିଜ୍ ଗଣରାଜ୍ୟ ବିପକ୍ଷରେ ଭାରତ ଏହି ମ୍ୟାଚ୍ ଖେଳିବ। ଏଥି ଲାଗି ଶୁକ୍ରବାର ୩୨ ଜଣିଆ ସାମ୍ଭାବ୍ୟ ଦଳ ଘୋଷିତ ହୋଇଛି। ବହୁବାର ନେହୁର କପ୍ ବିଜେତା ଏବଂ ୨୦୦୯ ଏଏଫ୍ସି ଚ୍ୟାଲେଞ୍ଜ କପ୍ ଟ୍ରଫି ବିଜେତା ଦଳର ସଦସ୍ୟ ଥିବା ସୁବ୍ରତ ୨୭ ବର୍ଷ ପରେ ଭାରତକୁ ଏସୀୟ କପ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହାପରେ ବି ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ କନ୍ଷ୍ଟାନ୍ଟିନେ ତାଙ୍କ ନାମ ସାମ୍ଭାବ୍ୟ ତାଲିକାରେ ନରଖିବା ସମସ୍ତଙ୍କୁ ବିସ୍ମିତ କରିଛି। ଅଧିନାୟକ ସୁନୀଲ ଛେତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ନାହିଁ। ସାମ୍ଭାବ୍ୟ ଦଳ ମୁମ୍ବାଇରେ ଅଭ୍ୟାସ ଆରମ୍ଭ କରିଛି। ଏହାପରେ ଚୁଡ଼ାନ୍ତ ଦଳ ଘୋଷଣା କରାଯିବ।
ଭାରତୀୟ ଫୁଟ୍ବଲ୍ ଦଳରୁ ସୁବ୍ରତ୍ ବାଦ୍
/sambad/media/post_attachments/wp-content/uploads/2018/03/AIFF-twitter1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)