ଓମାନ୍‌କୁ ରୋକିଲା ଭାରତ

ଆବୁଧାବି: ଏକ ଆନ୍ତର୍ଜାତିକ ଦଳ ବିପକ୍ଷରେ ଭାରତୀୟ ଫୁଟ୍‌ବଲ୍‌ ଦଳ ଚମତ୍କାର ପ୍ରଦର୍ଶନ କରିଛି। ୨୦୧୯ ଏଏଫ୍‌ସି ଏସୀୟ କପ୍‌ ପୂର୍ବରୁ ଅଧିକ ଅଭ୍ୟାସ ପାଇଁ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳୁଥିବା ଭାରତ ଗୁରୁବାର ଓମାନ୍‌କୁ ଭେଟିଥିଲା। ‌ଏହା ପୂର୍ବରୁ ଉଭୟ ଦଳ ପରସ୍ପର ସହ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ କେବେ ବି ଜିତିନଥିଲା। ଅବଶ୍ୟ ଓମାନ୍‌ ଥରେ ଜିତିଥିଲା ବେଳେ ୫ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଗୁରୁବାର ସ୍ଥାନୀୟ ବାନିୟାସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଭାରତ ଓ ଓମାନ୍‌ ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲେ। ଏପରିକି ନିଜଠୁ ଶକ୍ତିଶାଳୀ ସମାନ୍‌କୁ ଭାରତ ରୋକିପାରିବା ଉଲ୍ଲେଖନୀୟ ଥିଲା। ଉଭୟ ଦଳର ପ୍ରବଳ ଉଦ୍ୟମ ସତ୍ତ୍ବେ ମ୍ୟାଚ୍‌ ଶେଷରେ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଜାନୁଆରି ୬ ତାରିଖରେ ଅଲ୍‌ ନାହିଆନ୍‌ ଷ୍ଟାଡିୟମରେ ଥାଇଲାଣ୍ଡ୍‌ ବିପକ୍ଷରୁ ଭାରତ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର