ନୂଆଦିଲ୍ଲୀ: ଚୀନକୁ ପେନାଲ୍ଟି ସୁଟଆଉଟ୍ରେ ପରାସ୍ତ କରି ଏସିଆ କପ୍ ହକି ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଥିବା ଭାରତୀୟ ହକି ଦଳର ୧୮ ଜଣ ଯାକ ସଦସ୍ୟଙ୍କୁ ହକି ଇଣ୍ଡିଆ ୧ ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ସୋମବାର ହକି ଇଣ୍ଡିଆ ଏହି ଘୋଷଣା କରିଛି। ପ୍ରଶିକ୍ଷକ ହରେନ୍ଦ୍ର ସିଂହ ମଧ୍ୟ ୧ ଲକ୍ଷ ପାଇବେ। ଅନ୍ୟ ସହାୟକ ଅଧିକାରୀମାନେ ପ୍ରତ୍ୟେକ ୫୦ ହଜାର ଟଙ୍କା ଲେଖାଏଁ ପକେଟସ୍ଥ କରିବେ। ଭାରତୀୟ ଦଳ ପ୍ରତିଯୋଗିତାରେ ମୋଟ ୨୮ ଗୋଲ୍ ଦେବା ସହ ଅପରାଜେୟ ରହି ୧୩ ବର୍ଷ ପରେ ରବିବାର ଏସିଆ କପ୍ ଜିତିଥିଲା।
ମହିଳା ଦଳକୁ ହକି ଇଣ୍ଡିଆ ଦେବ ୧୮ ଲକ୍ଷ
/sambad/media/post_attachments/wp-content/uploads/2017/11/women-hockey-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)