ସ୍ବତନ୍ତ୍ର ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୩୩

ଆବୁଧାବି (ୟୁଏଇ): ଏଠାରେ ଚାଲିଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ମଙ୍ଗଳବାର ପର୍ଯ୍ୟନ୍ତ ଭାରତର ପଦକ ସଂଖ୍ୟା ୨୩୩ରେ ପହଞ୍ଚିଯାଇଛି। ସେଥିରେ ୬୦ ସ୍ବର୍ଣ୍ଣ, ୮୩ ରୌପ୍ୟ ଓ ୯୦ କାଂସ୍ୟ ସାମିଲ ରହିଛି। ଭାରତ ଏହି ସବୁ ପଦକ ଦୌଡ଼କୁଦ, ଜଳକ୍ରୀଡ଼ା, ସାଇକେଲ ଚାଳନା, ଜୁଡୋ, ଶକ୍ତିଉତ୍ତୋଳନ, ଟେବୁଲ ଟେନିସ୍‌, ରୋଲର ସ୍କେଟିଂ, ବ୍ୟାଡ୍‌ମିଣ୍ଟନ‌, ବାସ୍କେଟ୍‌ବଲ୍‌ ପାରମ୍ପରିକ, ହ୍ୟାଣ୍ଡ୍‌ବଲ୍‌ ପାରମ୍ପରିକ ଏବଂ ଫୁଟ୍‌ବଲ୍‌ ମହିଳା ୭ ସାଇଡ୍‌ରୁ ଅମଳ କରିଛି। ପୂର୍ବରୁ ଜିତେନ୍ଦ୍ର ପାୱାଲ ୨୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତିଥିଲେ।

ସମ୍ବନ୍ଧିତ ଖବର