ମହିଳା କ୍ରିକେଟ୍ ବିଶ୍ବକପ୍‌ର ସେମିଫାଇନାଲକୁ ଯାଇପାରିଲାନି ଭାରତ, ଜିତିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଅଧାରେ ରହିଲା ଭାରତର ସ୍ବପ୍ନ। ଖ୍ରୀଷ୍ଟଚର୍ଚ୍ଚରେ ଆଇସିସି ମହିଳା ବିଶ୍ୱକପର ସେମିଫାଇନାଲରେ ଭାରତକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ଏକ ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟରେ ପରାସ୍ତ କରିଛି। ପରାଜୟ ସହିତ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଭାଙ୍ଗିଯାଇଛି। ଦକ୍ଷିଣ ଆଫ୍ରିକାର ଖେଳାଳି ଲୌରା ୱୋଲଭାର୍ଡୋ ୮୦ରନ୍ ସ୍କୋର କରିଥିବାବେଳେ ଲାରା ଗୁଡାଲ୍ ୪୯ରନ୍ ସ୍କୋର କରି ଦଳକୁ ସଫଳତା ଆଡ଼କୁ ଟାଣି ନେଇଥିଲା। ଏହି ରନ୍ ଦକ୍ଷିଣ ଆଫ୍ରିକାକୁ ଜିତିବାରେ ସାହାଯ୍ୟ କରିଥିଲା।

ଶେଷ ୬ଟି ବଲରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୭ରନ୍ ଆବଶ୍ୟକ ଥିଲା ​। କିନ୍ତୁ ଶେଷ ଓଭରରେ ତୃଷା ଚେଟ୍ଟୀ ଆଉଟ୍ ହୋଇଯାଇଥିଲେ ଯାହା ମ୍ୟାଚକୁ ରୋମାଞ୍ଚକର କରିଥିଲା। ହେଲେ ଦୀପ୍ତି ଶର୍ମା ମିଗନନ୍ ଡୁ ପ୍ରିଜକୁ ଆଉଟ କରିବା ପରେ ମ୍ୟାଚ ଆହୁରି ରୋମାଞ୍ଚକର ହୋଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାକୁ ୨ଟି ବଲରେ ୨ରନ ଆବଶ୍ୟକ ଥିଲା। ଶେଷରେ ଦକ୍ଷିଣ ଆଫ୍ରିକା ଉଭୟ ବଲରେ ଦୁଇଟି ରନ୍ ସ୍କୋର କରି ବିଜୟ ହାସଲ କରିଥିବା ଜଣାପଡ଼ିଛି।

ଏହାପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ଓଭରରେ ୭ଟି ୱିକେଟ ନେଇ ୨୭୪ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଭାରତ ପାଇଁ ସ୍ମୃତି ମନ୍ଧାନା ୭୧ରନର ଇନିଂସ ଖେଳିଥିଲେ। ଅଧିନାୟକ ମିତାଲି ରାଜ ମଧ୍ୟ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ୩ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିବାରୁ ଦଳ ୨୭୪ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ହେଲେ କଡ଼ା ମୁକାବିଲା ପରେ ଶେଷରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର